ବଲାଙ୍ଗୀର ଦିନ୍ ପାଇଁ ପ୍ରତି ଘରେ ଦୀପ ଜଳିବ

ପୌର ବୈଠକ ନଭେମ୍ବର ୧ରେ

ବଲାଙ୍ଗୀର: ଆଜି ସ୍ଥାନୀୟ ସର୍କିଟ ହାଉସରେ ପୌର ପରିଷଦ ଅଧ୍ୟକ୍ଷ ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ୱାର୍ଡର କାଉନସିଲର ଯୋଗଦାନ କରିଥିଲେ। ନଭେମ୍ବର ୧ ତାରିଖ ଦିନ ବଲାଙ୍ଗୀର ଦିନ୍ ଶୋଭାଯାତ୍ରା ଓ ବିଭିନ୍ନ ୱାର୍ଡର ଲୋକ ଯୋଗଦାନ କରିବ‌େ ବୋଲି ଆଲୋଚନା ହୋଇଥିଲା। ନଭେମ୍ବର ୧ ତାରିଖ ଦିନ ବଲାଙ୍ଗୀରର ପ୍ରତି ଘରେ ଦୀପ ପ୍ରଜ୍ବଳନ କରିବାକୁ ପ୍ରସ୍ତାବ ହୋଇଥିଲା।

ଏହି ଦିନ୍ ପାଳନ ଅବସରରେ ପ୍ରତି ୱାର୍ଡର କାଉନସିଲରମାନେ ସେହି ୱାର୍ଡର ଜନସାଧାରଣଙ୍କୁ ସଚେତନ କରାଇବେ ଓ ବଲାଙ୍ଗୀର ଦିନ୍ ପାଳନର ମହତ୍ୱ ସଂପର୍କରେ ଅବଗତ କରାଇବେ ବୋଲି ମଧ୍ୟ ପ୍ରସ୍ତାବ ପାରିତ କରାଯାଇଥିଲା। ବୈଠକରେ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କମିଟି ଉପଦେଷ୍ଟା ରତନ ମହାରଣା, ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ସହଅଧ୍ୟକ୍ଷ ବିବେକାନନ୍ଦ ପଟେଲ, ଶୁଭମ ଅଗ୍ରୱାଲ ଓ ବିଭିନ୍ନ ୱାର୍ଡର କାଉନସିଲରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର