ବିଜେପି ସମେତ ଅନ୍ୟ ଦଳର ଶତାଧିକ କର୍ମୀ ବିଜେଡ଼ିରେ ଯୋଗଦେଲେ

ରାଇରଙ୍ଗପୁର: ରାଇରଙ୍ଗପୁର ପୌରପରିଷଦର ନିଶାମଣି ଲୋଜ୍ ପାର୍ଶରେ ବିଜେଡ଼ିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ସୁଦକ୍ଷ ନେତୃତ୍ୱ ଉପରେ ଭରସା ରଖି ମୟୁରଭଞ୍ଜ ସଦର ବିଜୁ ଜନତା ଦଳର ସଭାପତି କାଶୀନାଥ ହେମ୍ବ୍ରମ, ଯୁବ ସଭାପତି ତଥା ରାଇରଙ୍ଗପୁର ମୁନସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଏବଂ ମହିଳା ସଭାପତି ତନୁଜା ମହାନ୍ତଙ୍କ ତତ୍ତ୍ୱାବଧାନରେ ଏବଂ ମୟୁରଭଞ୍ଜ ସଦର ବିଜୁ ଜନତା ଦଳ ସମ୍ପାଦକ ତଥା ରାଇରଙ୍ଗପୁର ବ୍ଲକ ସହ ସଂଯୋଜକ ଶାଶ୍ୱତ ବଳ ଓ ବରିଷ୍ଠ ବିଜୁ ଜନତା ଦଳର ନେତା ଦୟାନିଧି ମହାକୁଡ଼ଙ୍କ ସଂଯୋଜନାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରମେଶ ସାହୁ, ମୟୁରଭଞ୍ଜ ଲୋକସଭା ସାଂସଦଙ୍କ ପ୍ରତିନିଧି ଦୁର୍ଗା ପ୍ରସନ୍ନ ମହାନ୍ତି , ସମାଜସେବୀ ରଞ୍ଜନ ସର୍ଦ୍ଦାର, ଶିବ ମୁଣ୍ଡା, ବିରବଲ ବେହେରା,ପରୀକ୍ଷିତ ବେହେରା ନଗେନ ମୁଣ୍ଡା ଓ ସାନମୌଦା ଗ୍ରାମର ମୁଖିଆ ଚାନ୍ଦରାଇ ଟୁଡୁ ଏବଂ ସୁଦର୍ଶନପୁର ଗ୍ରାମ ପଂଚାୟତର ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ନେତା ରୁପାଇ ମାଝୀଙ୍କ ନେତୃତ୍ୟରେ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ଉକ୍ତ ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି,ରାଇରଙ୍ଗପୁର ବିଧାନସଭା ପାର୍ଥୀ ରାଇସେନ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର