ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ଓ ବି​କ୍ଷୋଭ

ଚଣ୍ଡିଖୋଲ: ଆଠ ଦଫା ଦାବି ନେଇ ଆଜି ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘ ପକ୍ଷରୁ ବାଲିଚନ୍ଦ୍ରପୁର ସିଡିପିଓ (ଗ୍ରାମୀଣ) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ ଚାକିରି ମାନ୍ୟତା, ସେପର୍ଯ୍ୟନ୍ତ କର୍ମୀଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା, ମିନି ଅଙ୍ଗନବାଡ଼ି କେନ୍ଦ୍ରକୁ ମୁଖ୍ୟ କେନ୍ଦ୍ରର ମାନ୍ୟତା, ଅବସରକାଳୀନ ସହାୟତା ବାବଦକୁ ୫ ଲକ୍ଷ ଓ ପେନସନ ବାବଦକୁ ମାସିକ ୫ ହଜାର ଟଙ୍କା ପ୍ରଦାନ ଆଦି ଦାବି ଉପସ୍ଥାପନ କରାଯାଇଛି ବୋଲି ବଡ଼ଚଣା (ଗ୍ରାମୀଣ) ସଂଘର ସମ୍ପାଦିକା ପ୍ରଣତି ଦାଶ ସୂଚନା ଦେଇଛନ୍ତି।

ଜିଲ୍ଲା ସମ୍ପାଦିକା କଲ୍ୟାଣୀ ମହାନ୍ତି ଯୋଗଦେଇ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିଲେ। ମଜଦୁର ସଂଘ ଜିଲ୍ଲା ସଭାପତି ପୁରୁଷୋତ୍ତମ ମହାପାତ୍ର ଯୋଗଦେଇଥିଲେ। ପ୍ରିୟଦର୍ଶିନୀ ଜେନା, ମଞ୍ଜୁଶ୍ରୀ ରାୟ, ଜୟଶ୍ରୀ ଜେନା, ବୀଣାପାଣି ସାହୁ, ସୁପ୍ରଭା ଖଣ୍ଡେଇ, ଅପର୍ଣ୍ଣା ରାୟ, ଇଲାରାଣୀ ମହାନ୍ତି ଓ ସଂଯୁକ୍ତା ସାମଲ ଯୋଗଦେଇ ସରକାର ତୁରନ୍ତ ନ୍ୟାଯ୍ୟ ଦାବି ପୂରଣ କରିଥିଲେ।

ସମ୍ବନ୍ଧିତ ଖବର