ରାଜ୍ୟରେ ସୁସ୍ଥ ହେଲେ ୧୪୬ କରୋନା ଆକ୍ରାନ୍ତ; ଆଜି ସୁସ୍ଥ ଯେତିକି, ଆକ୍ରାନ୍ତ ସେତିକି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ସରକାରଙ୍କ ପ୍ରଦତ୍ତ ତଥ୍ୟରେ  ସୁସ୍ଥ ଓ ଆକ୍ରାନ୍ତଙ୍କ ସଂଖ୍ୟା ସମାନ ରହିଛି | ଆଜି ସକାଳେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୧୭ଟି ଜିଲ୍ଲାରୁ ୧୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁସ୍ଥଙ୍କ ସଂଖ୍ୟା ୨୮୫୪ରେ ପହଞ୍ଚିଛି।

ସୁସ୍ଥ ୧୪୬ଜଣଙ୍କ ମଧ୍ୟରେ କଟକରୁ ୨୬ଜଣ, ଖୋର୍ଦ୍ଧାରୁ ୨୩ଜଣ, ଗଞ୍ଜାମରୁ ୧୮ଜଣ, ମୟୂରଭଞ୍ଜରୁ ୧୩ଜଣ, ଗଜପତିରୁ ୧୨ଜଣ, ଭଦ୍ରକରୁ ୧୧ଜଣ, ବଲାଙ୍ଗୀରରୁ ୧୧ଜଣ, କନ୍ଧମାଳ, କୋରାପୁଟ ଏବଂ ରାୟଗଡାରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିରୁ ୪ଜଣ ସୁସ୍ଥ ହୋଇଛନ୍ତି | ଏହା ସହ ଯାଜପୁର ଓ ନୟାଗଡରୁ ୩ଜଣ, ଢେଙ୍କାନାଳ, ନୂଆପଡା ଏବଂ ପୁରୀରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ସୂଚନା ମୁତାବକ, ରାଜ୍ୟରେ ଆଜି ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଥିଲା। ଏମାନଙ୍କ ଭିତରୁ ୧୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୮ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ | ଆଜି ୧୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ |

ସମ୍ବନ୍ଧିତ ଖବର