ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୭୦୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୧୭୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୨ ହଜାର ୬୬ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୧୧୦, ଯାଜପୁରରୁ ୧୦୮, ଭଦ୍ରକରୁ ୮୨, ଅନୁଗୁଳରୁ ୭୯, ମୟୂରଭଂଜରୁ ୭୨, ପୁରୀରୁ ୭୧, ଜଗତସିଂହପୁରରୁ ୫୬, ନୟାଗଡ଼ରୁ ୫୧ ଓ ସୁନ୍ଦରଗଡ଼ରୁ ୪୪ ଜଣ ଆକ୍ରାନ୍ତ କରୋନରୁ ସୁସ୍ଥ ହୋଇଛନ୍ତି।

ସେହିଭଳି ଢେଙ୍କାନାଳରୁ ୪୩, କେନ୍ଦ୍ରାପଡ଼ାରୁ ୪୧, କେନ୍ଦୁଝରରୁ ୨୨, ସମ୍ବଲପୁରରୁ ୧୪, ନୂଆପଡ଼ା, ସୁବର୍ଣ୍ଣପୁରରୁ ୧୩-୧୩, ବରଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରିରୁ ୧୦ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ରୁ ୯-୯, ଗଂଜାମରୁ ୮, ବଲାଙ୍ଗୀରରୁ ୭, ରାୟଗଡ଼ାରୁ ୬, ଝାରସୁଗୁଡ଼ା, ନବରଂଗପୁରରୁ ୫-୫, କଳାହାଣ୍ଡିରୁ ୪ ଓ ରାଜ୍ୟପୁଲରୁ ୯୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର