ମହୁମାଛି ଆକ୍ରମଣରେ ୫ ଆହତ

ହରିପୁର: ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ଗଣାବାଗ ଗ୍ରାମ ନିକଟ ଚାଷ ଜମିରେ ମହୁମାଛି ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହରିପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ ଗଣାବାଗ ଗ୍ରାମର ଲିଜାରାଣୀ ବେହେରା (୨୮), ଅଖଜି ବେହେରା (୬୪), ମୋହନ ବାରିକ (୨), ପ୍ରଶାନ୍ତ ଦାସ(୬୦), କାହ୍ନା ସାହୁ (୨୦)। ଲୋକମାନେ ଗ୍ରାମ ନିକଟ ଚାଷ ଜମିକୁ ଯାଉଥିବା ବେଳେ ନିକଟରେ ଥିବା ଏକ ଗଛରୁ ମହୁମାଛି ଉଡ଼ିଆସି ଆକ୍ରମଣ କରିଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ଆହତମାନଙ୍କୁ ହରିପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର