ରାଉରକେଲାରେ ଦୁଇଦିନିଆ ଭାରତ ବନ୍ଦ: ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରୁଛନ୍ତି ଶ୍ରମିକ ନେତା

ରାଉରକେଲା : ୧୨ ଦଫା ଦାବି ନେଇ ଆଜିଠୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି, ଯାହାର ପ୍ରଭାବ ଦେଖିବାକୁ ମିଳିଛି ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ।  ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରୁଛନ୍ତି। ସହରର ବିର୍ସା ମୁଣ୍ଡା ଛକ, ଉଦିତନଗର ଆମ୍ବେଦକର ଛକ, ପାନପୋଷ ଗାନ୍ଧୀ ଛକ, ବେଦବ୍ୟାସ ଛକ, ଛେଣ୍ଡ, ଅମ୍ବାଗାନ, ଫର୍ଟିଲାଇଜର ରଙ୍ଗିଲା ଛକରେ ବନ୍ଦକୁ ଜୋରଦାର କରାଯାଇଛି।

ସିଟୁର ସର୍ବ ଭାରତୀୟ ଉପ ସଭାପତି ବିଷ୍ଣୁ ମହାନ୍ତି, ବିମାନ ମାଇତି, ରାଉରକେଲା ଶ୍ରମିକ ସଂଘର ସମ୍ପାଦଜ ପ୍ରଶାନ୍ତ ବେହେରା, ନିହାର ଦାସ, ଜିଏମଏମର ଗୋପାଳ ଦାସଙ୍କ ସମେତ  ଶ୍ରମିକ ନେତାମାନେ ବିର୍ସା ମୁଣ୍ଡା ଛକରୁ ରାଲିରେ ବାହାରି ଦୋକାନ ବଜାର ବନ୍ଦ କରିବା ସହ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଛନ୍ତି। ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରହିଛି। ସେମିତି କୋଇଡା, ବରସୁଆ, ରକ୍ସି, ରେଞ୍ଜଡ଼ା, କେ ବାଲାଙ୍ଗ ପଟାସାହି ଆଦି ସ୍ଥାନରେ ସିଟୁର ନେତା ଓ ଶ୍ରମିକ ବନ୍ଦ କରିଛନ୍ତି। ଏହି ବନ୍ଦ ଆସନ୍ତା ବୁଧବାର ସକାଳ ଛଅଟା ପର୍ଯ୍ୟନ୍ତ ଜାରି ରହିବ।

ସମ୍ବନ୍ଧିତ ଖବର