ବିଜେଡି ସାଧାରଣ ସଂପାଦକ ପଦବିରେ ୩୬ ନେତା

ମାନସ ମଙ୍ଗରାଜଙ୍କୁ ବିଜେଡି ମିଡିଆ ବ୍ୟାପାର, ପ୍ରଣବ ଯୁବ ଓ ବ୍ୟୋମକେଶ ଛାତ୍ର ବ୍ୟାପାର ବୁଝିବେ

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୩୬ଜଣ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ଏଥିରେ ୮ଜଣ ମହିଳାଙ୍କୁ ନିଆଯାଇଛି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ବିଜେଡିର ମିଡ଼ିଆ ବ୍ୟାପାର ବୁଝିବେ। ସେହିଭଳି ଏକ ଉଲ୍ଲେଖନୀୟ ଘଟଣା କ୍ରମରେ ଯୁବ, ଛାତ୍ର ଶାଖାର ମୁଖିଆ ନିଯୁକ୍ତି ପୂର୍ବରୁ ଏହାର ପ୍ରତିଛବି ସାଧାରଣ ସଂପାଦକ ତାଲିକାରେ ଦେଖିବାକୁ ମିଳିଛି। ବିଧାୟକ ପ୍ରଣବ ବଳବନ୍ତରାୟ ଯୁବ, ବ୍ୟୋମକେଶ ରାୟ ଛାତ୍ର ବ୍ୟାପାର ବୁଝିବେ। ଏଭଳି ନିଷ୍ପତ୍ତି ପରେ ଅଣବିଧାୟକ ଉଭୟ ସଂଗଠନର ମୁଖିଆ ଭୂମିକା ଦାୟିତ୍ବ ନିଭାଇବା ସମ୍ଭାବନା ଅଧିକ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ବରିଷ୍ଠ ଉପସଭାପତି, ଉପସଭାପତି ଓ ବରିଷ୍ଠ ସାଧାରଣ ସମ୍ପାଦକ ପଦବିରେ ଦଳର ନେତାମାନଙ୍କୁ ନିଯୁକ୍ତି ଦେଇଥିଲେ।

ସୁଶାନ୍ତ ସିଂ ସଶକ୍ତ ଓଡ଼ିଶା
ଚନ୍ଦ୍ରସାରଥୀ ବେହେରା ଅନୁସୂଚିତ ଜାତି ସଶକ୍ତୀକରଣ
ମନୋହର ରନ୍ଧାରୀ ସଶକ୍ତ ଓଡ଼ିଶା
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସାମାଜିକ କଲ୍ୟାଣ
ଜଗନ୍ନାଥ ସାରକା ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ
ମହମ୍ମଦ ଆୟୁବ ଖାଁ ସଂଖ୍ୟାଲଘୁ
ଦେବେଶ ଆଚାର୍ଯ୍ୟ ମୋ’ ପରିବାର
ଉମାକାନ୍ତ ସାମନ୍ତରାୟ ସାମାଜିକ କଲ୍ୟାଣ
ବ୍ୟୋମକେଶ ରାୟ ଛାତ୍ର ବ୍ୟାପାର
ଅନନ୍ତ ନାରାୟଣ ଜେନା ସଶକ୍ତ ଓଡ଼ିଶା
ପ୍ରିୟଦର୍ଶୀ ମିଶ୍ର କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ
ଧ୍ରୁବଚରଣ ସାହୁ ପରିବେଶ
ପ୍ରଣବ ବଳବନ୍ତରାୟ ଯୁବ ବ୍ୟାପାର
ରାଜୀବ ଲୋଚନ ପାତ୍ର ସାମାଜିକ କଲ୍ୟାଣ
ସୁଧୀର କୁମାର ସାମଲ ମୋ’ ପରିବାର
ସସ୍ମିତ ପାତ୍ର ମୋ’ ପରିବାର
ବିକ୍ରମ ପଣ୍ଡା ମୋ’ ପରିବାର
ଯୋଗେଶ ସିଂ ଆଦିବାସୀ ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର
ବିଜୟ କୁମାର ନାୟକ ଆଂଚଳିକ ବିକାଶ
ପ୍ରଫୁଲ୍ଲ ସିଂ ସାମାଜିକ କଲ୍ୟାଣ
ଦେବାଶୀଷ ମାର୍ଣ୍ଡି ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର
ମାନସ ମଙ୍ଗରାଜ ମିଡିଆ ବ୍ୟାପାର
ଜନ୍ମେଜୟ ଲେଙ୍କା କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ
ବିଶ୍ୱଜିତ୍ ମହାନ୍ତି ସଶକ୍ତ ଓଡ଼ିଶା
ସତ୍ୟବ୍ରତ ପାତ୍ର କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ
ଶାରଦା ପ୍ରସନ୍ନ ଜେନା କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ
ପ୍ରମୋଦ କୁମାର ଜେନା ପରିବେଶ
ଶ୍ୟାମପ୍ରସାଦ ବେହେରା ଆଚଂଳିକ ବିକାଶ
ସ୍ନେହାଙ୍ଗିନୀ ଛୁରିଆ ଅନୁସୂଚିତ ଜାତି ସଶକ୍ତୀକରଣ
ରାଜଶ୍ରୀ ମଲ୍ଲିକ ମହିଳା ସଶକ୍ତୀକରଣ
ରାସେଶ୍ୱରୀ ପାଣିଗ୍ରାହୀ ଆଂଚଳିକ ବିକାଶ
ଶ୍ରୀମୟୀ ମିଶ୍ର ମହିଳା ସଶକ୍ତୀକରଣ
ବାସନ୍ତୀ ହେମ୍ବମ୍ର ଆଦିବାସୀ ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର
ଲୋପାମୁଦ୍ରା ବକ୍ସିପାତ୍ର ମହିଳା ସଶକ୍ତୀକରଣ
ଗୀତା ବସ୍ତିଆ ମହିଳା ସଶକ୍ତୀକରଣ
ଗୀତାଞ୍ଜଳି ସେଠୀ ଅନୁସୂଚିତ ଜନଜାତି ସଶକ୍ତୀକରଣ

ସମ୍ବନ୍ଧିତ ଖବର