କର୍ମୀଙ୍କ ମନୋବଳ ବଢାଇବାକୁ ମିଛ କହୁଛନ୍ତି ବିଜେପି ନେତ୍ରୀ ପୁରନ୍ଦେଶ୍ୱରୀ : ବିଜେଡି

ଭୁବନେଶ୍ୱର : ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର

ରାଜ୍ୟ ବିଜେପି ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ବାଲେଶ୍ୱର ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଏଠାକୁ ଆସିଛନ୍ତି ବିଶେଷକରି ବାଲେଶ୍ୱର ପରାଜୟ ରାଜ୍ୟ ବିଜେପି ନେତା କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି ଡକ୍ଟର ପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ଶ୍ରୀମତୀ ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥାନ୍ତେ ତେବେ ଭଲ ହୋଇଥାନ୍ତା ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧିପାଇଁ ଓଡିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଯେଉଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ସେ ସଂକ୍ରାନ୍ତରେ ମତ ରଖିବାର ଥିଲା

ବିଜେପିର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ସାଧାରଣ ସଭାରେ ଜଣେ ମହିଳା ସମାଜସେବୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ସେଥିପାଇଁ ପୁଲିସ୍ରେ ଅଭିଯୋଗ ହୋଇଥିବା ନେଇ ବୋଧେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତିର ତଦନ୍ତ ସିବିଆଇ ଦ୍ୱାରା କରିବାଲାଗି ବିଜେପି ଲଗାତାର ଆନ୍ଦୋଳନ ଚଳାଇଥିଲା ହେଲେ ପରବର୍ତ୍ତୀ ସମୟରେ ଶ୍ରୀ ପାଙ୍ଗି ବିଜେପିରେ ଯୋଗଦେଲେ ଏବଂ ବିଜେପି ତାଙ୍କୁ ସ୍ୱାଗତ କରିବା ସହିତ ଟିକଟ ଦେଇ ନିର୍ବାଚନ ଲଢାଇଲା ଓଡ଼ିଶା ବିଜେପି ବୋଧହୁଏ ତାଙ୍କ ରାଜ୍ୟ ପ୍ରଭାରୀଙ୍କୁ ସଂକ୍ରାନ୍ତରେ ଅବଗତ କରିନାହାନ୍ତି ବୋଲି ଡକ୍ଟର ପାତ୍ର କହଛନ୍ତି ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଘର ତିଆରି କରିଥିବାରୁ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ଓଡ଼ିଶାକୁ ୫ଟି ପୁରସ୍କାର ଦେଇଥିବା ନେଇ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅବଗତ ନଥିବା ଲକ୍ଷ୍ୟ କରାଯାଉଛି ଏଭଳି ସ୍ଥିତିରେ ନିଜ ସ୍ତରରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଯେଭଳି ମିଛ କହୁଛନ୍ତି ଓଡ଼ିଶାବାସୀ ତାହାକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି

 

ସମ୍ବନ୍ଧିତ ଖବର