ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବର୍ଷିଲା ବିଜେପି; କହିଲା- ୧୯୭୮ରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ?

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବିଜେପି ପୁଣି ବର୍ଷିଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ମିଳିବ ନାହିଁ। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ, ପ୍ରଶ୍ନ କରିବା କଣ ଅପରାଧ ? ଅପରାଧ କରିବେ ସରକାର, କିନ୍ତୁ ଆମକୁ ଜଗନ୍ନାଥ କାହିଁକି ଅଭିଶାପ ଦେବେ ?

୧୯୭୮ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ। ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା। ସେହି ସମୟରେ ଖୋଲା ଯାଇଥିବା ରତ୍ନଭଣ୍ଡାର ଅନୁସାରେ ଭିତର ରତ୍ନ ଭଣ୍ଡାରରେ ୩୬୭ଟି ଅଳଂକାରରେ ୪୩୬୪ଭରି ସୁନା ରହିଥିଲା। ୨୩୧ଟି ୧୪,୮୭୮ଭରି ରୁପା ଥିଲା। ଏବେ ସେ ସବୁ ଅଛି କି ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯାଉ।

ବିଜେପିର ପ୍ରଶ୍ନ…
-୧୯୭୮ ମସିହାରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ। 
-ବିଜେଡ଼ି କହିବା ଅନୁସାରେ ୧୯୮୫ରେ ଯଦି ଖୋଲାଯାଇଥିଲା, ତେବେ ସେତେବେଳେ ଚାବି କେଉଁଠି ରହିଥିଲା ?
-କିଏ ଖୋଲିଥିଲା ଏବଂ ପୁଣି କିଏ ରଖିଥିଲା ?
-ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ?
-ଯଦି ହଜିଲା ସେଥିପାଇଁ କିଏ ଦାୟୀ ତାହା କୁହନ୍ତୁ ?
-୨୦୧୮ ଏପ୍ରିଲ୩ ରତ୍ନଭଣ୍ଡାର ଖୋଲା ଯାଇଥିବା ଅନୁଧ୍ୟାନ କମିଟି ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରର କାନ୍ଥ ଭାଙ୍ଗି ଯାଇଛି। କାନ୍ଥକୁ ବାଡେଇଲେ ଫମ୍ପା ଶବ୍ଦ ବାହାରୁଛି। ଲୁହାଛଡ଼ ବାହାରି ଗଲାଣି।  

ସମ୍ବନ୍ଧିତ ଖବର