ରାଜ୍ୟରେ ଘରୋଇ ବସ୍‌ ଭଡ଼ା କମିଲା

ଭୁବନେଶ୍ବର : ତେଲ ଦର କମିଥିବା ପରିପ୍ରେକ୍ଷୀରେ ସରକାର ବସ ଭଡା କମାଇଛନ୍ତି। ରାଜ୍ୟରେ ଘରୋଇ ବସର ଭଡା ହ୍ରାସ ପାଇଛି। ଅର୍ଡିନାରୀ ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ ଦର ହିସାବରେ ଯାତ୍ରୀମାନଙ୍କୁ ୬୮ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍ ବସରେ କିଲୋମିଟର ପିଛା ୭୧ ପଇସା ଦେବେ। ପୂର୍ବରୁ ଏହି ଦର ୭୨ ପଇସା ଥିଲା। ଅନ୍ୟପକ୍ଷରେ ଯେଉଁ ଯାତ୍ରୀମାନେ ଡିଲକ୍ସ ବସରେ ଯାଉଥିଲେ, ସେମାନଙ୍କୁ କିଲୋମିଟର ପିଛା ପୂର୍ବରୁ ୯୯ ପଇସା ଦେବାକୁ ପଡୁଥିଲା। ଏବେ ନୂତନ ଦର ୯୭ ପଇସା ନିର୍ଦ୍ଧାରଣ କରାଯାଇଛି। ସେହିପରି ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧ଟଙ୍କା ୨୧ ପଇସା ଥିବା ବେଳେ ଏବେ ଏହା ୨ ପଇସା ହ୍ରାସ ପାଇ ୧ଟଙ୍କା ୧୯ ପଇସା ହୋଇଛି। ଡିଜେଲ ଦର ବୃଦ୍ଧି ଯୋଗୁଁ ଶେଷ ଥର ପାଇଁ ଗତ ଜାନୁଆରି ୭ ତାରିଖରେ ବସ୍ ଭଡା ବୃଦ୍ଧି ଘଟିଥିଲା।

ସମ୍ବନ୍ଧିତ ଖବର