ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ଭୟାବହତାକୁ ଦେଖି ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଛତିଶଗଡ଼ର ଭୟାବହତାକୁ ଦେଖି ବସ ଚଳାଚଳ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ଏ ନେଇ ଚିଠି ଲେଖିଛନ୍ତି। ଆମେ ଏହା ଉପରେ ତର୍ଜମା କରି ନିଷ୍ପତ୍ତି ନେବୁ। ବିଭାଗ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯାଇପାରେ। ବର୍ଡର ଚେକିଙ୍ଗ ପଏଣ୍ଟରେ ଆରିଟିଓମାନେ ଚେକିଙ୍ଗ କରିବେ। ଯାହା ଗାଇଡଲାଇନ ରହିଛି ତାକୁ ଆଧାର କରି ଚେକିଙ୍ଗ କରାଯିବ। ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କଣ କଟକଣା କରାଯିବ ସେ ନେଇ ଆମେ ଆଲୋଚନା କରୁଛୁ । ଖୁବଶୀଘ୍ର ଏ ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ
କହିଛନ୍ତି।

ସମ୍ବନ୍ଧିତ ଖବର