‘ଲକ୍ଡାଉନ୍’ ନୁହେଁ, ଖୁବ୍ ଶୀଘ୍ର ଦିଲ୍ଲୀରେ ଜାରି ହେବ ନୂଆ କଟକଣା: କେଜ୍ରିଓ୍ଵାଲ୍
ନୂଆଦିଲ୍ଲୀ: ‘ଲକ୍ଡାଉନ୍’ ନୁହେଁ, ଦିଲ୍ଲୀରେ ଖୁବ୍ ଶୀଘ୍ର ନୂଆ କଟକଣା ଜାରି ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍-୧୯ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଓ ଏଥିନିମନ୍ତେ ଥିବା ବୟସ ବର୍ଗ ଉଚ୍ଛେଦ କରାଯିବା ଆବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ଯଥେଷ୍ଟ ପରିମାଣର ଟିକା ମିଳିବା ସଙ୍ଗେ ସଙ୍ଗେ ଟିକା ନେବା ପାଇଁ ନିର୍ଦ୍ଧାରଣ ହୋଇଥିବା ବୟସ ବର୍ଗ ଉଚ୍ଛେଦ କରାଗଲେ ଦିଲ୍ଲୀରେ ଆମେ ଦୁଇ ତିନି ମାସ ମଧ୍ୟରେ ଲୋକମାନଙ୍କୁ ଟିକା ଦେଇପାରିବୁ। ସମ୍ପ୍ରତି ଆମ ପାଖରେ ୭ ରୁ ୧୦ ଦିନ ପର୍ଯ୍ୟନ୍ତ ଦେବା ପାଇଁ ଟିକା ଅଛି। ଟିକାକରଣ ତ୍ୱରାନ୍ଵିତ କରିବା ଲାଗି ଆମେ ନିର୍ଦ୍ଧାରିତ ବୟସ ବର୍ଗ ଉଠାଇ ଦେବା ଆବଶ୍ୟକ। ଦିଲ୍ଲୀରେ ଖୁବ୍ ଶୀଘ୍ର ନୂଆ କଟକଣା ଜାରି କରାଯିବ।
ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ଦିଲ୍ଲୀରେ ମଧ୍ୟ ବ୍ୟାପକ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାରୁ ଶୁକ୍ରବାର ଦିନ କେଜ୍ରିଓ୍ଵାଲ୍ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ କରିବା ଲାଗି ନିର୍ଦେଶ ଦେଇଥିଲେ।
ଏହା ବ୍ୟତିରେକେ, ଟିକାକରଣ ତ୍ୱରାନ୍ଵିତ କରିବା ଲାଗି ଶୁକ୍ରବାର ଦିନ ଉପରାଜ୍ୟପାଳ ଅନୀଲ ବୈଜଲ୍ଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଥିସହ ଟିକା ନେବା ପାଇଁ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବା ଲାଗି ଅଭିଯାନ ଚଳାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।