ମାଣ୍ଡିଆ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌ ଓ ହେଲ୍ପର

କାଲିମେଳା: ଜୟପୁରରୁ ହାଇଦ୍ରାବାଦ ଯାଉଥିବା ଏକ ମାଣ୍ଡିଆ ବୋଝେଇ ଟ୍ରକ କାଲିମେଳାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାଲକାନଗିରି କାଲିମେଳା ୩୨୬ ଜାତୀୟ ରାଜପଥର କାଲିମେଳା ଡାକଘର ନିକଟରେ ଥିବା ଏକ ଗଛରେ ପିଟି ହୋଇ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି।

ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟି ଥିବାର ସୂଚନା ମିଳିଛି। ଏକ କୁକୁଡ଼ା ଗାଡ଼ିକୁ ସାଇଟ ଦେବାକୁ ଯାଇ ଟ୍ରକଟି ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଯିବାରୁ ଟ୍ରକର ବାମ ପାର୍ଶ୍ଵ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଟ୍ରକରେ ଥିବା ଡ୍ରାଇଭର ଓ ହେଲ୍ପର କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଚି ଟ୍ରକଟିକୁ ରାସ୍ତାରୁ ହଟାଇବାରୁ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଟ୍ରକଟି ୩ ଟନ୍ ମାଣ୍ଡିଆ ନେଇ ଜୟପୁରରୁ ହାଇଦ୍ରାବାଦ ଯାଉଥିଲା।

ସମ୍ବନ୍ଧିତ ଖବର