ବିଜେଡିରେ ଯୋଗ ଦେଲେ ସିପିଆଇ ନେତା ସୁଶାନ୍ତ ଅଧିକାରୀ

ଜୟପୁର: ସିପିଆଇ ନେତା ତଥା ଘରୋଇ ବସ କର୍ମଚାରୀ ସଂଘର ସଭାପତି ସୁଶାନ୍ତ ଅଧିକାରୀ ବିଜେଡିରେ ଯୋଗ ଦେଇଛନ୍ତି। ଜୋନସ୍ତରୀୟ ବିଜେଡି ପ୍ରଶିକ୍ଷଣ ଶିବିରରେ ଶ୍ରୀ ଅଧିକାରୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କୁ ଜିଲ୍ଲାସଭାପତି ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବରିଷ୍ଠ ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ, ନଗର ସଭାପତି ହରପ୍ରସାଦ ମିଶ୍ର, କାର୍ଯ୍ୟକାରୀ ସଭାପତି ସହଦେବ ପଟ୍ଟନାୟକ, ଯୁବ ବିଜେଡିସଂପାଦକ ବାପି ପରିଡ଼ା, ବୁଲୁ ଦେବ ଶର୍ମା, ବରିଷ୍ଠ ନେତା ଦୁର୍ଗା ପ୍ରସାଦ ମିଶ୍ର, ବାଲା ରାୟ ପ୍ରମୁଖ ଶ୍ରୀ ଅଧିକାରୀଙ୍କୁ ସ୍ବାଗତ କରିଥିଲେ। ଶ୍ରୀ ଅଧିକାରୀ ଜଣେ ସଂଗଠକ ହୋଇଥିବାରୁ ସେ ବିଜେଡିରେ ଯୋଗ ଦେବା ପରେ ବିଜେଡି ସଂଗଠନକୁ ଲାଭ ମିଳିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ।

ସମ୍ବନ୍ଧିତ ଖବର