ଗାଁ ଗୋଟିଏ: ତିନି ପଞ୍ଚାୟତ, ୨ ବ୍ଲକ୍‌, ୨ ବିଧାନସଭା ଆସନ

ଚର୍ଚ୍ଚାରେ ସିଦ୍ଧବାଲି

କେନ୍ଦ୍ରାପଡ଼ା: ତିନି ଜଣ ପଞ୍ଚାୟତ, ଦୁଇ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଦୁଇ ଜଣ ବିଧାୟକଙ୍କ କ୍ଷେତ୍ରରେ ରହିଛି ଗୋଟିଏ ଗାଁ। ରାଜନୈତିକ ପ୍ରତିନିଧିତ୍ବ ଦୃଷ୍ଟିରୁ ଏଭଳି ବିଚିତ୍ର ସ୍ଥିତିରେ ରହିଥିବା ଗାଁ ହୁଏତ ଆଉ କେଉଁଠି ଥିବ କି ନାହିଁ ସନ୍ଦେହ। କିନ୍ତୁ ଗାଁର ଏଭଳି ବିଚିତ୍ର ସ୍ଥିତି ଯେ ବିକାଶରେ ବାଧକ ସାଜିଛି, ତାହାକୁ ନେଇ କୌଣସି ସନ୍ଦେହ ନାହିଁ। ଏଭଳି ସ୍ଥିତିର ସଂଶୋଧନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରାଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ଥିଲେ ବି କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ କୌଣସି ଗାଁକୁ ପଞ୍ଚା‌ୟତ ଭିତରେ ବଣ୍ଟା ଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିୟମ ଥିଲେ ବି ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ଏତେ ଦିନ ଧରି ଏ କ୍ଷେତ୍ରରେ କାହିଁକି ନିଷ୍କ୍ରିୟ ରହିଛନ୍ତି, ତାହା ବି ବୁଝି ହେଉନାହିଁ।

ଏଭଳି ବିଚିତ୍ର ଗାଁର ନାଁ ହେଉଛି ସିଦ୍ଧବାଲି। ସରକାରୀ ରେକର୍ଡରେ ଏହା ଏକ ରାଜସ୍ବ ଗ୍ରାମ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଏହି ଗାଁ। ଧୋୟାଞ୍ଚଳ ଭାବେ ପରିଚିତ ଏହି ଗାଁର ଲୋକସଂଖ୍ୟା ୫ ହଜାରରୁ ଅଧିକ। ଏହି ଗାଁର ଗୋଟିଏ ଅଂଶ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ରହିଥିବା ବେଳେ ଆଉ କିଛି ଅ˚ଶ ରହିଛି ଆଳି ନିର୍ବାଚନ ମଣ୍ତଳୀରେ। ଗାଁରେ ରହିଛି ୧୨, ୧୩ ଓ ୧୪, ତିନିଟି ୱାର୍ଡ। ରେକର୍ଡ ମୁତାବକ ୧୨ ଓ ୧୩ ନମ୍ବର ଵାର୍ଡ ଅମୃତମଣୋହି ପଞ୍ଚାୟତରେ ରହିଥିବା ବେଳେ ବଲୁରିଆ ପଞ୍ଚାୟତରେ ରହିଛି ସେହି ୧୨, ୧୩ ସହିତ ୧୪ନମ୍ବର ଵାର୍ଡର କିଛି ଅ˚ଶ। ବାକି ୧୪ନମ୍ବର ଵାର୍ଡର କିଛି ଅଂଶ ଆଳି ବ୍ଳକ୍‌ ନୂଆପଡ଼ା ପଞ୍ଚାୟତରେ ରହିଛି। ଅର୍ଥାତ୍‌ ଗୋଟିଏ ଵାର୍ଡର ସମସ୍ତ ଅଧିବାସୀ ବି ଗୋଟିଏ ପଞ୍ଚାୟତରେ ନାହାନ୍ତି। ଅଧା ଲୋକ ଗୋଟିଏ ପଞ୍ଚାୟତର ଥିବା ବେଳେ ଆଉ ଅଧା ଅଲଗା ପଞ୍ଚାୟତରେ ଆସୁଛନ୍ତି। ଲୋକମାନେ ବି ଭୋଟର‌୍‌ ତାଲିକା ଅନୁଯାୟୀ ସେମାନଙ୍କ ପ୍ରତିନିଧିଙ୍କୁ ଭୋଟ୍‌ ଦେଉଛନ୍ତି। କହିବାକୁ ଗଲେ ଗୋଟିଏ ଗାଁର ଲୋକ ହୋଇଥିଲେ ମଧୢ ସେମାନେ ପ୍ରତ୍ୟକ୍ଷ ଭାବେ ଦୁଇ ଦୁଇ ଜଣ ବିଧାୟକ, ତିନି ତିନି ଜଣ ସର˚ପଚ ଓ ସମତି ସଭ୍ୟଙ୍କୁ ବାଛୁଛନ୍ତି। ହେଲେ ଯେଉଁ ସମସ୍ୟାଟି ଉପୁଜୁଛି, ତାହା ସୀମାକୁ ନେଇ। ବିଭିନ୍ନ ସମୟରେ ନିର୍ବାଚିତ ପ୍ରତିନିଧି ମାନେ ନିଜ ଅଞ୍ଚଳର ନୁହେଁ ଦର୍ଶାଇ ଉନ୍ନୟନମୂଳକ କାମ କରୁନଥିବା ଅ˚ଚଳବାସୀ ଅଭିଯୋଗ କରୁଛନ୍ତି। ଅମୃତମଣୋହି ପଞ୍ଚାୟତର ପୂର୍ବତନ ସର˚ପଚ କୁଳମଣି ମଲ୍ଲିକ କହିଛନ୍ତି ଯେ ଜନସ˚ଖ୍ୟା ଦୃଷ୍ଟିରୁ ସିଦ୍ଧବାଲି ଏକକ ପଞ୍ଚାୟତ ହେବା କଥା। ଏଥିପାଇଁ ବହୁବାର ଦାବି ହୋଇଛି। ଜିଲ୍ଲାପାଳଙ୍କୁ ବି ଏ ସ˚କ୍ରାନ୍ତରେ ଲୋକମାନେ ଏକାଧିକବାର ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ ସୁଫଳ ମିଳୁନି। ଏହାଦ୍ବାରା ଗାଁର ବିକାଶ ପ୍ରଭାବିତ ହେବା ସହିତ ଲୋକମାନେ ପ୍ରାଶାସନିକ ସମସ୍ୟାରେ ପଡ଼ୁଥିବା ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଗତ ଅକ୍ଟୋବର ୩ତାରିଖରେ ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସିଦ୍ଧବାଲି ଗାଁ ସମସ୍ୟା ସ˚ପର୍କରେ ପ୍ରଶ୍ନ କରିଥିଲେ। ଏକକ ପରିଚୟ ନଥିବା ସିଦ୍ଧବାଲି ଗାଁକୁ ଗୋଟିଏ ପଞ୍ଚାୟତ ଅନ୍ତର୍ଭୁକ୍ତ କରିବା ଦିଗରେ ମନ୍ତ୍ରୀ ବ୍ୟବସ୍ଥା କରିବେ କି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪, ଧାରା ୩(୩) ଅନୁଯାୟୀ କୌଣସି ପରିସ୍ଥିତିରେ କୌଣସି ଗ୍ରାମକୁ ବିଭକ୍ତ କରାଯାଇପାରିବ ନାହିଁ। ଏହାର କୌଣସି ଅ˚ଶ ଅନ୍ୟ ପଞ୍ଚାୟତରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ। ଜିଲ୍ଲାପାଳଙ୍କୁ ଏ ସ˚କ୍ରାନ୍ତରେ ବିସ୍ତୃତ ତଥ୍ୟମୂଳକ ରିପୋର୍ଟ ମଗାଯିବ। ଆଗାମୀ ପଞ୍ଚାୟତ ପୁନର୍ଗଠନ ସମୟରେ ଏହା ଉପରେ ବିଚାର କରାଯିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ଏହି ପ୍ରସଙ୍ଗ ବିଧାନସଭାରେ ଉଠିବା ପରେ ଅ˚ଚଳବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି ସତ ହେଲେ ବାସ୍ତବରେ ତାହା କେବେ କାର୍ଯ୍ୟକାରୀ ହେବ, ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର