ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବେ। ଘର କାମରେ ବଡ଼ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହେବ।

ବୃଷ: ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ପ୍ରିୟଜନ ଠାରୁ ଉପହାର ପାଇବେ। ଛାତ୍ରଙ୍କ ଲାଗି ସଫଳତାର ଦ୍ବାର ଖୋଲିବ। ‌

ମିଥୁନ: ଭାବିଥିବା କାମ ଅତିଶୀଘ୍ର ପୂରା କରିନେବେ। କାମରେ ବଡ଼ଭାଇର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ‌

କର୍କଟ: ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ। ରାଜନୀତିକ ବ୍ୟକ୍ତି ସମ୍ମାନଜନକ ପଦକୁ ଉନ୍ନୀତ ହୋଇପାରନ୍ତି। ଛୋଟ ବେପାରୀଙ୍କୁ ଆଶା ଠାରୁ ଅଧିକ ଧନଲାଭ ହେବ। ‌

ସିଂହ: ବ୍ୟବସାୟରେ ପରିଶ୍ରମ ତୁଳନାରେ ଲାଭ କମ୍ ପାଇବେ। ଟଙ୍କା ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ଆସିବ।

କନ୍ୟା: ଯାତ୍ରା ଓ ଫିଲ୍ମ କଳାକାରଙ୍କ ଲାଗି ଦିନଟି ଲାଭଦାୟକ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ଭ୍ରମଣ ସୁଖଦ ରହିବ। ଘରୋଇ ଚାକିରିଆଙ୍କ କାମର ପ୍ରଶଂସା ହେବ। ‌

ତୁଳା: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଯେଉଁମାନେ ଜମି କିଣିବାକୁ ଭାବୁଛନ୍ତି ସେମାନଙ୍କୁ ଲାଭଜନକ ପ୍ରସ୍ତାବ ମିଳିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ‌

ବିଛା: ଜୀବନର ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବେ। ସଙ୍ଗୀତଜ୍ଞଙ୍କୁ ପ୍ରସିଦ୍ଧି ମିଳିବ। ଫ୍ୟାସନ୍‌ ଡିଜାଇନର୍‌ କାମ ପାଇଁ ସମ୍ମାନିତ ହେବେ। ନୂଆ ବ୍ୟବସାୟ ଆରମ୍ଭ ପାଇଁ ଦିନଟି ଭଲ। ‌

ଧନୁ: ଜମି ଦଲାଲଙ୍କୁ ଅଧିକ ଲାଭ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ସାରା ଦିନ ଆପଣଙ୍କ ଚେହେରାରେ ଖୁସି ବଜାୟ ରହିବ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ‌


ମକର: ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକ କୌଣସି ସମାରୋହ‌ରେ ସମ୍ମାନିତ ହେବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

କୁମ୍ଭ: ସାରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ଧାର୍ମିକ ସମାରୋହରେ ଯୋଗ ଦେବାର ସୁଯୋଗ ପାଇବେ। ବେପାରରେ ଯଥେଷ୍ଟ ଲାଭ ପାଇବେ।

ମୀନ: ଦିନଟି ଅଚାନକ ଚମତ୍କାର ମୋଡ଼ ନେବ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଅବିବାହିତ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

ସମ୍ବନ୍ଧିତ ଖବର