ସମ୍ବଲପୁର: କ୍ଷେତରାଜପୁର ଓ ଅଇଁଠାପାଲି ଅଞ୍ଚଳରୁ କର୍ଫ୍ୟୁ ଉଠିଲା

ସମ୍ବଲପୁର : ହିଂସାଗ୍ରସ୍ତ ସହର ସମ୍ବଲପୁରର ଆଉ ଗୋଟିଏ ଥାନା ଅଞ୍ଚଳରୁ କର୍ଫ୍ୟୁ ପ୍ରତ୍ୟାହାର ହୋଇଛି। ପୂର୍ବରୁ ସଦର ଓ ବରେଇପାଲି ଥାନା ଅଞ୍ଚଳରୁ କର୍ଫ୍ୟୁ ପ୍ରତ୍ୟାହାର ହୋଇ ସାରିଥିଲାବେଳେ ଗୁରୁବାର କ୍ଷେତରାଜପୁର ଓ ଅଇଁଠାପାଲି ଥାନା ଅଞ୍ଚଳରୁ ବି କର୍ଫ୍ୟୁ ସଂପୂର୍ଣ୍ଣ ଭାବେ ଉଠିଯାଇଛି।

ତେବେ ବାକି ୨ଟି ଧନୁପାଲି ଓ ଟାଉନ୍ ଥାନା ଅଞ୍ଚଳରେ ରାତ୍ରିକାଳିନ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ ବୋଲି ସଦର ଏସ୍‌ଡିପିଓ ବିଜ୍ଞପ୍ତି ଜାରି କରିଛନ୍ତି। ଏଣିକି କେବଳ ଟାଉନ୍ ଥାନା ଓ ଥନୁପାଲି ଥାନା ଅଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ। ଅନ୍ୟ ଅଞ୍ଚଳରେ ଲୋକେ ୨୪ ଘଣ୍ଟା ସ୍ବାଭାବିକ ଭାବେ ଆତଯାତ କରିପାରିବେ।

ସମ୍ବନ୍ଧିତ ଖବର