ପୁଣି ରଙ୍ଗୀନ ହେବ ରାଜଧାନୀ ରଜନୀ, ବାର ଡ୍ୟାନ୍ସରେ ମତୁଆଲା ହେବେ ଗ୍ରାହକ

ଭୁବନେଶ୍ୱର: ରଙ୍ଗୀନ ହେବାକୁ ଯାଉଛି ରାଜଧାନୀ ଭୁବନେଶ୍ୱରରେ ଥିବା ଡ୍ୟାନ୍ସ ବାର | କିଛି ଦିନର ବନ୍ଦ ପରେ ଏବେ ୭ଟି ଡ୍ୟାନ୍ସ ବାର ଖୋଲିବାକୁ ଅନୁମତି ଦିଆଯାଇଛି | ତେବେ ବାର ଚଳାଇବାକୁ ହେଲେ କିଛି ସର୍ତ୍ତ ମାନିବାକୁ ପଡିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି | ଏହି ସବୁ ସର୍ତ୍ତଗୁଡିକ ହେଉଛି

  • ବାର ଗାର୍ଲ ଉତ୍ତେଜକ ପୋଷାକ ପିନ୍ଧିବେ ନାହିଁ |
  • ବାରର ଡ୍ୟାନ୍ସ ଇଲାକାରେ ଲାଗିବ ସିସିଟିଭି |
  • ଡ୍ୟାନ୍ସ କରୁଥିବା ଝିଅ ଓ ଗ୍ରାହକଙ୍କ ମଧ୍ୟରେ ଦୂରତା ୫ ଫୁଟ ରହିବ |
  • ବାର ଗାର୍ଲଙ୍କ ସ୍ୱତନ୍ତ୍ର ପରିଚୟପତ୍ର ରହିବ |
  • ବାର ଗାର୍ଲଙ୍କ ଉପରକୁ ଟଙ୍କା ଫିଙ୍ଗିପାରିବେନି ଗ୍ରାହକ |
  • ୨୧ ବର୍ଷରୁ କାମ ଯୁବତୀଙ୍କୁ ନିୟୋଜିତ କରାଯିବନି |
  • ବାରକୁ ଆସୁଥିବା ଗ୍ରାହକଙ୍କ ଏକ ରେଜିଷ୍ଟରରେ ନାମ ରହିବ |

ଏଠାରେ ସୂଚନା ଥାଉ କି ଆଇନ ଉଲ୍ଲଙ୍ଘନ ନେଇ କିଛିଦିନ ହେଲା ଡ୍ୟାନ୍ସ ବାର ବନ୍ଦ ରହିଥିଲା | ଅବକାରୀ ଆଇନ ୪୪(୫)ର ଗାଇଡଲାଇନ ମାନି ହିଁ ବାର ମାଲିକମାନେ ଡ୍ୟାନ୍ସ କରାଇପାରିବେ |

ସମ୍ବନ୍ଧିତ ଖବର