କଳାହାଣ୍ଡି: ସାଙ୍ଗ ସହିତ ବାଇକ୍‌ରେ ଯାଉଥିବା ସମୟରେ ଯୁବତୀଙ୍କୁ ଉଠାଇ ନେଲେ ଯୁବକ, ଜଙ୍ଗଲରେ କଲେ ଗଣଦୁଷ୍କର୍ମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ପୁଲିସ ସୀମା ଅଧୀନରେ ଥିବା ୨୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଜଙ୍ଗଲରେ ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ବି ହୋଇଛି।

ସୂଚନାଯୋଗ୍ୟ, ପୀଡିତା ଜଣେ ଏଏମ୍‌ଏନ୍‌ର ଛାତ୍ରୀ। ସେ ସେପ୍ଟେମ୍ବର ୧୪ ତାରିଖ ଦ୍ୱିପହର ସମୟରେ ଜଣେ ସାଙ୍ଗ ସହିତ ବାଇକ୍‌ରେ ଭବାନୀପାଟଣାରୁ ଘରକୁ ଫେରୁଥିଲେ। ଏହି ସମୟରେ ଜାତୀୟ ରାଜପଥ ଉପରେ ୫ରୁ ୬ଜଣ ଯୁବକ ଦୁହିଁଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଯୁବତୀଙ୍କୁ ୫ରୁ ୬ଜଣ ଯୁବକ ସେଠାରୁ ଜୋରଜବରଦସ୍ତ ଉଠାଇ ପାଖ ଜଙ୍ଗଲକୁ ନେଇ ଯାଇଥିଲେ।

ସେଠାରେ ଛୁରୀ ମୁନରେ ଯୁବତୀଙ୍କୁ ଧମକଚମକ ଦେଇ ୫ରୁ ୬ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡତାଙ୍କ ଅଭିଯୋଗ କ୍ରମେ, ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୁଲିସ ଧରିବା ପାଇଁ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର