କଟକ: ଏସସିବି ମେଡିକାଲରେ ଆହତ ବାପା ମନୋଜ ଚୌଧୁରୀଙ୍କୁ ଖୋଜୁଛି ଝିଅ କୃପା ଦେବୀ। ବିହାର ଅଞ୍ଚଳର ମନୋଜ ଚୌଧୁରୀ ବେଙ୍ଗାଲୁରୁରୁ ହାୱଡ଼ା ଯାଏ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ବାହାନଗା ଠାରେ ଟ୍ରେନ ଦୁର୍ଘଟଣା ଘଟିଥିଲା। ପରେ ୪୫ ଟଙ୍କା କରଜ କରି ଗାଡ଼ି ଭଡ଼ା କରି ଝିଅ କୃପା ଦେବୀ ଓ ପରିବାର ଲୋକେ ଘଟଣାସ୍ଥଳରେ ଖୋଜି ପହଞ୍ଚିଥିଲେ। ହେଲେ ସେଠାରେ ତାଙ୍କ ବାପା ଏସସିବି ମେଡିକାଲ ସ୍ଥାନାନ୍ତର ହୋଇଥିବା ସୂଚନା ପାଇ କଟକ ଏସସିବି ମେଡିକାଲରେ ପହଞ୍ଚିଥିଲେ।

Advertisment

publive-image

ଆଜି ସୋମବାର ପହଞ୍ଚିଥିବା ବେଳେ ମେଡିକାଲ ପରିସରରେ ଥିବା ହେଲ୍ପ ଡେସ୍କରେ ଦୀର୍ଘ ସମୟ ଖୋଜିବା ପରେ ତାଙ୍କ ବାପା ମନୋଜ ଚୌଧୁରୀ ଭଦ୍ରକ ମେଡିକାଲରେ ଥିବା ସୂଚନା ପାଇଛନ୍ତି। ହେଲେ ଏହି ସୂଚନା ସ୍ପଷ୍ଟ ହୋଇନଥିବାରୁ ଏବେ ବି ନିଜ ବାପାଙ୍କ ଅପେକ୍ଷାରେ ରହିଛନ୍ତି ଝିଅ କୃପା ଦେବୀ।