ଗତ ବର୍ଷ ତୁଳନାରେ ୯% ଅଧିକ ଚାଷୀଙ୍କ ନାମ ପଞ୍ଜୀକୃତ

ଭୁବନେଶ୍ବର : ରାଜ୍ୟରେ ରବି ଧାନ ସଂଗ୍ରହ ନିମନ୍ତେ ଅନ୍‌ଲାଇନ୍‌ରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଜରିଆରେ ଆଜି ସୁଦ୍ଧା ୨ ଲକ୍ଷ ୩୪ ହଜାର ୭୨୮ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ସଂଖ୍ୟା ୯ ପ୍ରତିଶତ ଅଧିକ। ଗତ ବର୍ଷ ନାମ ପଞ୍ଜୀକରଣ ନିମନ୍ତେ ୬୪୯ଟି ପ୍ୟାକ୍‌ସ୍‌ ନିୟୋଜିତ ହୋଇଥିଲା ବେଳେ ଚଳିତ ବର୍ଷ ୮୧୨ଟି ପ୍ୟାକ୍‌ସ୍‌ରେ ପଞ୍ଜୀକରଣ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ୧୭ଟି ଜିଲ୍ଲାର ଚାଷୀ ରବି ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର। ନାମ ପଞ୍ଜୀକୃତ କରିଥିବା ଚାଷୀମାନଙ୍କ ମଧ୍ୟରୁ ୫୭,୯୯୪ ଜଣ ନୂଆ ହୋଇଥିଲା ବେଳେ ୧୭,୬୭,୭୩୪ ଜଣ ଚାଷୀ ସେମାନଙ୍କ ପଞ୍ଜୀକରଣକୁ ନବୀକରଣ କରିଛନ୍ତି।

ସମ୍ବନ୍ଧିତ ଖବର