ଶବ ନେବାକୁ ଆସି ୫ ବନ୍ଧୁ ବନ୍ଧା‌ ହେଲେ, ସମସ୍ତଙ୍କ ନାମରେ ରହିଛି ଡକାୟତି ମାମଲା

ଦୁର୍ଘଟଣାରେ ଆସ୍କାର ଯୁବକଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର- ଟିଟିଲାଗଡ଼ ଜାତୀୟ ରାଜପଥରେ ଗତ ୧୯ ତାରିଖ ଦୁଇଜଣ ଯୁବକ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। କପିଳେଶ ଦାସ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ଶିବାଜୀ ଦାସ ନାମକ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଆସ୍କାରୁ ପାଞ୍ଚଜଣ ଯୁବକ ସେମାନଙ୍କ ବନ୍ଧୁ କପିଳେଶଙ୍କ ଶବ ନେବାକୁ ଆସିଥିଲେ।

ତଦନ୍ତ ପରେ ମୃତ କପିଳେଶ ଓ ଶିବାଜୀଙ୍କ ନାମରେ ଅନେକ ଚୋରି ମାମଲା ଥିବା ଜାଣିବାକୁ ପାଇଥିଲା ବଲାଙ୍ଗୀର ପୁଲିସ। କପିଳେଶଙ୍କ ମୃତଦେହ ନେବାକୁ ଆସିଥିବା ପାଞ୍ଚ ଜଣ ବନ୍ଧୁଙ୍କ ନାମରେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଡକାୟତି, ଚୋରି ମାମଲା ରହିଥିବା ସୂଚନା ପାଇଥିଲା ବଲାଙ୍ଗୀର ପୁଲିସ। ଫଳରେ ଉକ୍ତ ପାଞ୍ଚ ଜଣଙ୍କୁ ମଧ୍ୟ ଗରିଫ କରି ଶନିବାର କୋର୍ଟଚାଲାଣ କରିଛି ଟାଉନ ଥାନା ପୁଲିସ।

ସମ୍ବନ୍ଧିତ ଖବର