କେରଳ ବିଧାନସଭାର ୫ଜଣିଆ ସଦସ୍ୟ ମଣ୍ଡଳୀଙ୍କ ବିଧାନସଭା ପରିଦର୍ଶନ

ଭୁବନେଶ୍ବର : କେରଳ ବିଧାନସଭାର ସରକାରୀ ଭାଷା ସମ୍ପର୍କିତ କମିଟି ଓଡ଼ିଶା ବିଧାନସଭା ପରିଦର୍ଶନ କରି ଓଡ଼ିଶା ବିଧାନସଭା ଏବଂ ସରକାରୀ ସ୍ତରରେ ମାତୃଭାଷାର ବ୍ୟବହାର ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଆୟୋଜିତ ଏକ ବୈଠକରେ କେରଳ ବିଧାନସଭାର ଏହି ୫ଜଣିଆ ସଦସ୍ୟ ମଣ୍ଡଳୀଙ୍କୁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାସ ‌ସୂଚନା ଦେଇଥିଲେ।

ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ହିମାଂଶୁ ଭୂଷଣ ପଣ୍ଡା ଏ ସମ୍ପର୍କିତ ସରକାରୀ ନିର୍ଦ୍ଦେଶାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ବିଧାନସଭା ପକ୍ଷରୁ ସଚିବ ଦାଶରଥୀ ଶତପଥୀ କମିଟିକୁ ସ୍ବାଗତ କରିଥିବାବେଳେ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ସମୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ, ବିଧାନସଭାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର