ଆମେ କ’ଣ ରବରଷ୍ଟାମ୍ପ? କେରଳ ରାଜ୍ୟପାଳଙ୍କୁ ତାମିଲନାଡ଼ୁ ରାଜ୍ୟପାଳ ଆର୍‌ଏନ୍ ରବିଙ୍କ ସମର୍ଥନ

ଚେନ୍ନାଇ: ଲୋକାୟୁକ୍ତଙ୍କ କ୍ଷମତା ସଂକୁଚିତ କରିବା ଭଳି ବିଲ୍‌ରେ ସ୍ବାକ୍ଷର ନ କରିବା ପାଇଁ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ନିଷ୍ପତ୍ତି ନେଇଥିବା ବେଳେ ତାମିଲନାଡ଼ୁ ରାଜ୍ୟପାଳ ଆର୍‌ଏନ୍ ରବି ଏହାକୁ ସମର୍ଥନ କରିଛନ୍ତି। ରବି କହିଛନ୍ତି ଯେ, ରାଜ୍ୟପାଳମାନେ ରବରଷ୍ଟାମ୍ପ ନୁହନ୍ତି ଯେ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ବିନା ବିଚାରରେ ତାହାକୁ ପାସ୍ କରିଦେବେ। କେରଳ ରାଜ୍ୟପାଳ ଖାନ୍ ବିଲ୍ ଉପରେ ସ୍ବାକ୍ଷର କରିନାହାନ୍ତି। ତା’ର ଗୋଟାଏ କାରଣ ଅଛି। ସେ ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁଛନ୍ତି। ସୂଚନାଯୋଗ୍ୟ, ତାମିଲନାଡ଼ୁ ରାଜ୍ୟପାଳ ଆର୍‌ଏନ୍ ରବି ଅନେକ ବିଲ୍‌ରେ ସ୍ବାକ୍ଷର କରୁ ନ ଥିବାରୁ ଡିଏମ୍‌କେ ସରକାର ତାଙ୍କ ଉପରେ ଖପା। ତେଣୁ ତାଙ୍କୁ ଫେରାଇ ନେବା ପାଇଁ ଡିଏମ୍‌କେ ସରକାର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପଠାଇଥିବା ବେଳେ କେରଳ ସରକାର ରାଜ୍ୟପାଳ ଖାନ୍‌ଙ୍କୁ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ଅପସାରିତ କରିବା ପାଇଁ ଏକ ଅଧ୍ୟାଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର