ମାନ୍ଦାବସ୍ଥାରୁ ନିଯୁକ୍ତି ହ୍ରାସ, ଛଟେଇ ଆଶଙ୍କା!
ଭୁବନେଶ୍ବର : ନିଯୁକ୍ତି ସୁଯୋଗ ସୃଷ୍ଟି ଦୃଷ୍ଟିରୁ ଓଡ଼ିଶା ଏମିତି ତ ପଛୁଆ। ବ୍ୟାପକ ପୁଞ୍ଜି ଆକର୍ଷଣ ସମେତ ୪୦ରୁ ଅଧିକ ଖଣିଜଭିତ୍ତିକ ଶିଳ୍ପ ଏବ˚ ପେଟ୍ରୋକେମିକାଲ୍ସ ଜୋନ୍ ସ୍ଥାପନ ସତ୍ତ୍ବେ ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ଓଡ଼ିଶା ରାଜ୍ୟମାନଙ୍କ ମଧୢରେ ତଳଆଡ଼ୁ ୫ମ ସ୍ଥାନରେ। ପୁଣି ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥା ରାଜ୍ୟରେ ନୂଆ ନିଯୁକ୍ତି ସୃଷ୍ଟି ହାରକୁ ଅଧିକ ନୈରାଶ୍ୟଜନକ ସ୍ତରକୁ ଠେଲିଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସ˚ସ୍ଥା (ଇପିଏଫ୍ଓ)ର ସଦ୍ୟ ପରିସ˚ଖ୍ୟାନ ଅନୁଯାୟୀ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଜାତୀୟ ସ୍ତରରେ ୧୮ରୁ ୨୫ ବର୍ଷ ବୟସ୍କଙ୍କ ନିଯୁକ୍ତି ହାର ୨୮% ବଢ଼ିଛି। ଗତ ଏପ୍ରିଲ୍ରେ ଏହି ବର୍ଗରୁ ୪ ଲକ୍ଷ ୮୦ ହଜାର ଯୁବକ-ଯୁବତୀ ଇପିଏଫ୍ରେ ପଞ୍ଜୀକୃତ ହୋଇଥିଲାବେଳେ ଜୁନ୍ରେ ସେମାନଙ୍କ ହାର ୬ ଲକ୍ଷ ୨୦ ହଜାରକୁ ବୃଦ୍ଧିପାଇଛି। ଅଥଚ ଶିଳ୍ପସମୃଦ୍ଧ ଓଡ଼ିଶାରେ ଏହାର ଓଲଟା ଗତି ପରିଲକ୍ଷିତ ହୋଇଛି। ଗତ ଏପ୍ରିଲ୍ରେ ରାଜ୍ୟର ଉପରୋକ୍ତ ବର୍ଗରୁ ୩,୮୯୫ ଜଣ ନବନିଯୁକ୍ତ ଇପିଏଫ୍ରେ ପଞ୍ଜୀକୃତ ହୋଇଥିବାବେଳେ ଜୁନ୍ରେ ତାହା ୩,୩୪୮କୁ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଗତ ଆର୍ଥିକବର୍ଷରେ ଓଡ଼ିଶାରେ ନୂଆ ନିଯୁକ୍ତି ସ˚ଖ୍ୟା ୩୪,୬୬୫ରେ ପହଞ୍ଚିଥିଲା; ଯାହା ଶିଳ୍ପାୟନ ପରେ ଏକ ରେକର୍ଡ ବୋଲି କୁହାଯାଇପାରେ। ତେବେ ସେ ବର୍ଷ ଜାତୀୟ ସ୍ତରରେ ୬୪ ଲକ୍ଷ ୫୦ ହଜାରରୁ ଅଧିକ ନୂଆ ନିଯୁକ୍ତି ସମ୍ଭବ ହୋଇଥିଲା।
ମୋଟାମୋଟି ଭାବେ ବୃତ୍ତିଗତ ସେବାର ଚାହିଦା କ୍ରମଶଃ ବୃଦ୍ଧି ପାଉଥିବାରୁ ଘରୋଇ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ଉଜ୍ଜଳ ହେବାରେ ଲାଗିଛି। ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଦାନ ଦୃଷ୍ଟିରୁ ଓଡ଼ିଶା ମଧୢ ପଛୁଆ ନୁହେଁ। ଏଠାରେ ବର୍ଷକୁ ୩୮ ହଜାର ଡିଗ୍ରୀ ଇଞ୍ଜିନିୟର, ୪୭ ହଜାର ଡିପ୍ଲୋମା ଓ ୨୫ ହଜାର ଆଇଟିଆଇ ତାଲିମପ୍ରାପ୍ତ ବାହାରିବାର ବ୍ୟବସ୍ଥା ଥିବାବେଳେ ୨୦୦୦ରୁ ଅଧିକ ଡାକ୍ତର/ଦନ୍ତ ଚିକିତ୍ସକ, ୫୦୦୦ରୁ ଅଧିକ ଅନ୍ୟାନ୍ୟ ବୃତ୍ତିଧାରୀଙ୍କୁ ଶିକ୍ଷାଦାନ ପାଇଁ ସୁବିଧା ଅଛି। ଏହାଛଡ଼ା ଶିଳ୍ପସ˚ସ୍ଥାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ବର୍ଷକୁ ହାରାହାରି ଏକ ଲକ୍ଷ ପ୍ରାର୍ଥୀଙ୍କୁ ଦକ୍ଷତା ବିକାଶ ତାଲିମ ଦେବାକୁ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ଏବ˚ କେନ୍ଦ୍ର ଓ ବାହ୍ୟ ସହାୟତାରେ ଶହ ଶହ କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ବିଡ଼ମ୍ବନା ହେଲା-ଧାର୍ଯ୍ୟ ଲକ୍ଷ୍ୟ ଅନୁପାତରେ ଆଶାୟୀମାନେ ନିଯୁକ୍ତି ସୁଯୋଗ ପାଉନାହାନ୍ତି।
ପୁଣି ଯେଉଁ ଖଣିଜ ସମ୍ପଦକୁ ନେଇ ଓଡ଼ିଶା ଚର୍ଚ୍ଚିତ, ସେହି କ୍ଷେତ୍ର ଏବେ ଆର୍ଥିକ ମାନ୍ଦାବସ୍ଥା ପାଇଁ ସିଧାସଳଖ ପ୍ରଭାବିତ। କ୍ରେଡ଼ିଟ୍ ରେଟି˚ ଇନ୍ଫର୍ମେସନ୍ ସର୍ଭିସ୍ ଅଫ୍ ଇଣ୍ତିଆ (କ୍ରିସିଲ୍)ର ପୂର୍ବାନୁମାନ ଅନୁଯାୟୀ ସାମ୍ପ୍ରତିକ ମାନ୍ଦାବସ୍ଥା ଯୋଗୁଁ ଉଭୟ ଇସ୍ପାତ ଓ ଖଣି କ୍ଷେତ୍ର ପ୍ରଭାବିତ ହୋଇଛି। ଭାରତୀୟ ଖଣି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ମଧୢରୁ ଅତି କମରେ ୨ ଲକ୍ଷ ୬୦ ହଜାର ଜୀବିକା ହରାଇବା ଆଶଙ୍କା ଅଛି। ଅନ୍ତର୍ଜାତୀୟ ବଜାରରେ ଇସ୍ପାତର ମାନ୍ଦାବସ୍ଥା ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ସୁଧୁରିବା ସମ୍ଭବନା କ୍ଷୀଣ। ସେ ଦୃଷ୍ଟିରୁ ଦେଶର ଗଚ୍ଛିତ ଲୁହାପଥରର ୩୫% ଭଣ୍ତାର ଉପଭୋଗ କରୁଥିବା ଓଡ଼ିଶା ସିଧାସଳଖ ପ୍ରଭାବିତ ହେଲାଣି। ମାନ୍ଦାବସ୍ଥାରୁ ଫାଇଦା ଉଠାଇବା ଲକ୍ଷ୍ୟରେ ଚୀନ୍ ଇତିମଧୢରେ ଭାରତୀୟ ଲୁହାପଥର ଗୁଣ୍ତ (ଫାଇନ୍ସ)ର ଦର ଯଥେଷ୍ଟ ହ୍ରାସ କରିଛି। ଜୁଲାଇରେ ଚୀନ୍ ଏହାକୁ ଟନ୍ ପିଛା ୧୨୩ ଡଲାରରେ ଆମଦାନି କରୁଥିଲା। ଏବେ ତାହା ୮୦ ଡଲାରକୁ ଖସିଲାଣି। ଦେଶରେ ପଡ଼ି ରହିଥିବା ପ୍ରାୟ ୧୩ କୋଟି ଟନ୍ ଫାଇନ୍ସ ମଧୢରୁ ଓଡ଼ିଶା ଖଣିରେ ପ୍ରାୟ ୧୦ କୋଟି ଟନ୍ ପଡ଼ିଛି। ଚୀନ୍ ଆମଦାନି ଦର କମ କରିଥିବାରୁ ଏଥିରୁ ରାଜ୍ୟ ଓ କେନ୍ଦ୍ର ଯେଉଁ ଅଧିକ ରାଜସ୍ବ ଆଶା କରୁଥିଲେ, ତାହା ଆଉ ମିଳିବନି। ଦେଶରେ ଗୃହ ଓ ଭିତ୍ତିଭୂମି ନିର୍ମାଣ ମାନ୍ଦାବସ୍ଥା ଯୋଗୁଁ ମନ୍ଥର ହୋଇଥିବାରୁ ଇସ୍ପାତ ଚାହିଦା ହ୍ରାସ ପାଇଛି। ତେଣୁ ରାଜ୍ୟରେ କାର୍ଯ୍ୟକ୍ଷମ ଇସ୍ପାତ ଶିଳ୍ପଗୁଡ଼ିକ କ୍ଷତି ଆଶଙ୍କାରେ ଉତ୍ପାଦନ ହ୍ରାସ କରିବା ସମ୍ଭାବନା ଅଧିକ। ତେଣୁ ସେସବୁ ସ˚ସ୍ଥାରୁ ଛଟେଇ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।