ଅତିଥିରେ ରଥଯାତ୍ରାରୁ ଓହରିଲା ଲୁଧିଆନା ଇସ୍କନ୍‌

‘ରଥଯାତ୍ରା କମିଟି’ ୨୯ରେ ରଥଯାତ୍ରା କରିବ, ପୁରୀରେ ସଭାପତି ଦେଇଛନ୍ତି ନିମନ୍ତ୍ରଣ ପତ୍ର, ବିରୋଧ ଜାରି ରହିବ: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ

ଭୁବନେଶ୍ବର : ଅତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗ ନୂଆ େମାଡ଼ ନେଇଛି। ବିେରାଧ ଓ ସମାେଲାଚନାର ଶିକାର େହବା ପରେ ଲୁଧିଆନାରେ ନଭେମ୍ବର ୧୭ରେ ହେବାକୁ ଯାଉଥିବା ରଥଯାତ୍ରାକୁ ସ୍ଥାନୀୟ ଇସ୍କନ କର୍ତୃପକ୍ଷ ସ୍ଥଗିତ ରଖିଛନ୍ତି। ଲୁଧିଆନାର ଇସ୍କନ୍‌ ମନ୍ଦିର କୋଟି କୋଟି ଓଡ଼ିଆଙ୍କ ଆବେଗ ଓ ବିଶ୍ବାସ ଆଗରେ ନଇଁଛି। ନଭେମ୍ବର ପରିବର୍ତ୍ତେ ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବର ଇସ୍କନ୍‌ ପକ୍ଷରୁ ଲୁଧିଆନା ଇସ୍କନ୍‌ର ସଭାପତି ନରୋତ୍ତମ ଆନନ୍ଦ ଦାସଙ୍କ ସହ ଆଲୋଚନା ପରେ ଏହି ନିଷ୍କର୍ସ ବାହାରିଛି। ଇସ୍କନ୍‌ ଭୁବନେଶ୍ବରର ଆଞ୍ଚଳିକ ସମ୍ପାଦକ ବନମାଳି ଦାସ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। େହଲେ ଲୁଧିଆନାରେ ‘ଶ୍ରୀଜଗନ୍ନାଥ ରଥଯାତ୍ରା ମହୋତ୍ସବ କମିଟି’ ପକ୍ଷରୁ ଚଳିତ ସେପ୍ଟେମ୍ବର ୨୯ ତାରିଖରେ ଆଉ ଏକ ରଥଯାତ୍ରା େହଉଛି। ଏହାକୁ କିନ୍ତୁ ସଂପୃକ୍ତ କର୍ତୃପକ୍ଷ ବନ୍ଦ କରିନାହାନ୍ତି। କେବଳ ସେତିକି ନୁେହଁ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ବିଧାନସଭାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଉଠାଇଥିବା ଦାବି ଅନୁସାରେ ଏଯାଏ ଇସ୍କନ ବ୍ୟୁେରା (ମୁମ୍ବାଇ କାର୍ଯ୍ୟାଳୟ) ଅତିଥିରେ ରଥଯାତ୍ରା ବନ୍ଦ େନଇ ବିଜ୍ଞପ୍ତି ଜାରି କରିନାହିଁ। ବରଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି େଗାପୀନାଥ ମହାନ୍ତି କହିଛନ୍ତି, େସପ୍ଟେମ୍ବର ୨୯ ତାରିଖ ରଥଯାତ୍ରା ପାଇଁ ସଂପୃକ୍ତ କମିଟିର ସଭାପତି ସତୀଶ ଗୁପ୍ତା ରବିବାର ପୁରୀ ଆସି ନିମନ୍ତ୍ରଣ ପତ୍ର ଦେଇଛନ୍ତି। ଇସ୍କନ ଏହି ରଥଯାତ୍ରାକୁ ସମର୍ଥନ କରୁଥିଲା। ଏବେ େଯତେବେଳେ ଇସ୍କନ ଓହରିଛି, ସଂପୃକ୍ତ ସଂସ୍ଥା ମଧ୍ୟ ତାର ନିଷ୍ପତ୍ତି ବଦଳାଇବା ଦରକାର। ଏ େନଇ ସଂପୃକ୍ତ କର୍ତୃପକ୍ଷଙ୍କୁ ଚିଠି େଲଖାଯାଇଛି। ଉଭୟ ନିଷ୍ପତ୍ତି ନ େହବା ଯାଏ ବିେରାଧ ଜାରି ରହିବ।

ISKCON News

ଆଜି ଇସ୍କନ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ବନମାଳି ଦାସ କହିଥିଲେ, ସର୍ବଭାରତୀୟ ସ୍ତରରେ ଆମର ଏକ କମିଟି ରହିଛି। ତେବେ ବିଭିନ୍ନ ଅଞ୍ଚଳରେ ଥିବା ଇସ୍କନ୍‌ ମନ୍ଦିରଗୁଡ଼ିକ ସ୍ବୟଂଚାଳିତ। ପର୍ବ ପର୍ବାଣୀ ସଂକ୍ରାନ୍ତ ନିଷ୍ପତ୍ତି ସମ୍ପୃକ୍ତ କେନ୍ଦ୍ରର ମୁଖ୍ୟ ନିଅନ୍ତି। ସେଇ ଆଧାରରେ ୧୫ବର୍ଷରୁ ଊର୍ଧ୍ବ ହେଲା ସେମାନେ ନଭେମ୍ବରରେ ରଥଯାତ୍ରା ଆୟୋଜନ କରିଆସୁଥିଲେ। ତେବେ ଜଗନ୍ନାଥ ସେବା ସମିତି, ଜଗନ୍ନାଥପ୍ରେମୀ ଓ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗଣମାଧ୍ୟମରେ ବାରମ୍ବାର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏନେଇ ଲୁଧିଆନା ଇସ୍କନ୍‌ ସହ ଯୋଗାଯୋଗ କରାଯାଇଥିଲା। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ନରୋତ୍ତମ ଆନନ୍ଦ ଦାସ ରଥଯାତ୍ରା ୨୦୨୦ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟ ତିଥିରେ କରିବା ନେଇ ନିଷ୍ପତ୍ତି ଜଣାଇଥିଲେ।

ଇସ୍କନ୍‌ର ଲୋକସମ୍ପର୍କ ଅଧିକାରୀ ରାଧାକାନ୍ତ ଦାସ କହିଥିଲେ‌, ସମଗ୍ର ବିଶ୍ବରେ ୬୦୦ରୁ ଅଧିକ ଇସ୍କନ୍‌ ମନ୍ଦିର ଅଛି। ମାତ୍ର ୬୫ଟି ସ୍ଥାନରେ ରଥଯାତ୍ରା ହୁଏ। ଓଡ଼ିଶାରେ ୨୦ଟି ମନ୍ଦିର ଥିବା ବେଳେ କେବଳ ଭୁବନେଶ୍ବରରେ ରଥଯାତ୍ରା କରାଯାଏ। ଏଠାରେ ପୁରୀର ରଥଯାତ୍ରା ନୀତି ଆଧାରରେ ରଥଯାତ୍ରା କରୁଥିଲେ ହେଁ ସମସ୍ତ ଇସ୍କନ ମନ୍ଦିର ସ୍ବୟଂଚାଳିତ ହୋଇଥିବାରୁ ସେମାନେ ପର୍ବପର୍ବାଣୀ କିପରି ଓ କେଉଁ ଦିନ ଆୟୋଜନ କରାଯିବ, ସେ ନିଷ୍ପତ୍ତି ନିଜେ ନିଅନ୍ତି। ତେଣୁ ଲୁଧିଆନା ଉପରେ ଆମର କର୍ତୃତ୍ବ ନଥିଲା। ଆମେ ତାଙ୍କୁ ବର୍ଷେ ତଳୁ ନିଷ୍ପତ୍ତି ବଦଳାଇବାକୁ କହି ଆସୁଥିଲୁ।

ଏହି ଅବସରରେ ଇସ୍କନ ସଂସ୍ଥା ଲୁଧିଆନାର ‘ଜଗନ୍ନାଥ ରଥଯାତ୍ରା ମହୋତ୍ସବ କମିଟି’ ଆଡକୁ ଅଙ୍ଗୁଳି ଉଠାଇଛି। ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ଏହି ସଂସ୍ଥା ସେଠାରେ ରଥଯାତ୍ରା କରିବାକୁ ଯାଉଛି। ତାହା ବି ତିଥି ଅନୁଯାୟୀ ହେଉନାହିଁ। ପୁଣି ‌ସକା‌ଳେ ରଥଯାତ୍ରା ହୋଇ ସନ୍ଧ୍ୟାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଉଛି। ଏହା ଉପରେ ମଧ୍ୟ ଜଗନ୍ନାଥ ସଂସ୍କୃତି ସଂଗଠକମାନେ ପ୍ରଶ୍ନ ଉଠାଇବା ଆବଶ୍ୟକ ବୋଲି ଇସ୍କନ ପାଲଟା ଦାବି କରିଛି। କୌତୂହଳର କଥା େହଲା, ଏ େନଇ ପୂର୍ବରୁ ଇସ୍କନ କର୍ତୃପକ୍ଷ କେବେ ବି କହିନଥିଲେ।

ଭାରତରେ ଯେଉଁଠାରେ ବି ଇସ୍କନ୍‌ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହେଉଛି, ତାହା ଯେମିତି ପୁରୀ ରଥଯାତ୍ରା ବିଧି ମୁତାବକ ସମଗ୍ର ଭାରତ ବର୍ଷରେ ଅନୁଷ୍ଠିତ ହେବ, ସେ ସମ୍ପର୍କରେ ସର୍ବଭାରତୀୟସ୍ତରୀୟ ଇସ୍କନ୍‌ କମିଟି ବୈଠକରେ ଜଣାଯିବ ବୋଲି ଇସ୍କନ୍‌, ଭୁବନେଶ୍ବରର ସଭାପତି ପ୍ରେମାନନ୍ଦ ଦାସ କହିଛନ୍ତି।

ଏଥିସହ ବିଜେପି ଆଜି ଇସ୍କନ୍‌ ବିରୋଧରେ ଏକ ଅଭିଯୋଗ ଆଣିଥିଲା। ଏଥିରେ କୁହାଯାଇଥିଲା, ପୁରୀ‌ ଶ୍ରୀମନ୍ଦିରର ଜଗନ୍ନାଥ ବାସ୍ତବ ଜଗନ୍ନାଥ ନୁହନ୍ତି ବରଂ ଇସ୍କନ୍‌ର ଜଗନ୍ନାଥ ବାସ୍ତବ ଜଗନ୍ନାଥ େବାଲି ଏହି ସଂସ୍ଥାର େଲାକମାନେ କହି ବୁଲୁଛନ୍ତି। ଏ ସମ୍ପର୍କରେ ମତ ରଖି ଲୁଧିଆନା ଇସ୍କନ୍‌ର ସଭାପତି ନରୋତ୍ତମ ଆନନ୍ଦ ଦାସ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ଇସ୍କନ୍‌ର ହଜାର ହଜାର ଭକ୍ତ ଥିବା ବେଳେ ଏଭଳି କହିଥିବା ଭକ୍ତଜଣଙ୍କର ନିଜସ୍ବ ମତ। ତାହା ଇସ୍କନ୍‌ର ମତ ନୁହେଁ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି। ତେଣୁ ଏଥିପାଇଁ ପୂରା ଇସ୍କନ୍‌କୁ ଦାୟୀ କରାନଯାଉ ବୋଲି ସେ କହିଛନ୍ତି।

ଆଜି ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଇସ୍କନ୍‌ ଭୁବନେଶ୍ବରର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ମିଶ୍ର ଦାସ ଓ ଉପସଭାପତି କାଶୀନାଥ ପଣ୍ଡିତ ଦାସ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମତ ରଖିଥିଲେ।

ଉଲ୍ଲେଖେଯାଗ୍ୟ, ଅତିଥିରେ ରଥଯାତ୍ରା େନଇ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ସ୍ବର ଉତ୍ତୋଳନ କରିଥିଲା। ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏେନଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ସେତିକି ନୁେହଁ, ବିଭିନ୍ନ ଜଗନ୍ନାଥ ସଂଗଠନ ଆପତ୍ତି ଉଠାଇଥିଲେ ଓ ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏ େନଇ ଆେଲାଚନା େହାଇଥିଲା।

ସମ୍ବନ୍ଧିତ ଖବର