ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ପ୍ରସ୍ତୁତି ବୈଠକ

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଗଠିତ ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ଉପସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ବରିଷ୍ଠ ଆଇନ୍‌ଜୀବୀ ଡକ୍ଟର ବିପିନ ବିହାରୀ ରଥଙ୍କ ପରଲୋକ ହୋଇଥିବାରୁ ଶୋକ ପ୍ରସ୍ତାବ ଅଗତ କରାଯାଇଥିଲା। ସାଧାରଣ ସମ୍ପାଦକ ଗୋବିନ୍ଦ ଭୂୟାଁ, ସ୍ବର୍ଗତ ରଥଙ୍କ ବ୍ୟକ୍ତିତ୍ବ ସ˚କ୍ରାନ୍ତରେ ଆଲୋଚନା କରିବା ସହ ପ୍ରତିଷ୍ଠାନର ସଭାପତି ଭାବେ ତାଙ୍କର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ଅନୁଷ୍ଠାନର ନୂତନ ସଭାପତି ଚୟନ ପର୍ଯ୍ୟନ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଅର୍ପଣ କରାଯାଇଥିଲା।

ଆସନ୍ତା ଏପ୍ରିଲ ୨୧ ତାରିଖରେ ଜାନକୀବଲ୍ଲଭଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଅତିଥିମାନଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରତିବର୍ଷ ପରି ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଜଣେ ଲେଖାଏ କୃତି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ପ୍ରତ୍ୟେକ ବର୍ଗରୁ ଓଡ଼ିଶାର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଚର୍ଚ୍ଚା କରାଯାଇ ପରବର୍ତ୍ତୀ ବୈଠକରେ ସିଦ୍ଧାନ୍ତ ନିଆଯିବ ବୋଲି ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ପ୍ରଫେସର ପ୍ରଭାତ କୁମାର ମିଶ୍ର, ଇ˚ଜିନିୟର ଡକ୍ଟର ପ୍ରଭାକର ସ୍ବାଇଁ, ବରିଷ୍ଠ ଆଇନ୍‌ଜୀବୀ ଧରଣୀଧର ନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ, ବାବାଜୀ ଚରଣ ପଟ୍ଟନାୟକ, ସାବିତ୍ରୀ ଚୌଧୁରୀ, ବାସନ୍ତୀ ପ୍ରଧାନ, ସୁରେନ୍ଦ୍ର ନାଥ ପତ୍ରୀ, ଦେବସ୍ନାନ ଦାସ, ବ୍ରଜକିଶୋର ବିଶ୍ବାଳ, ଗୌରହରି ମହାନ୍ତି, ରମେଶ ଚନ୍ଦ୍ର ଭୂୟାଁ, ଅଶୋକ ସାମଲ, ମୈତ୍ରୀ ଭୂଷଣ ଖୁଣ୍ଟିଆ, ସ˚ଜୟ କୁମାର ଜେନା, ବିଷ୍ଣୁପ୍ରସାଦ ମହାଳିକ, ସ˚ଜିତ କୁମାର ପଟ୍ଟନାୟକ, ନାରାୟଣ ଚନ୍ଦ୍ର ଜେନା, ଶଶିକାନ୍ତ ନାୟକ, ବସନ୍ତ ସେଠୀ, ପ୍ରକାଶ ମୁଦୁଲି, କୋରାପ୍ରସାଦ ପାଢୀ, ବିଭୁପ୍ରସନ୍ନ ମହାପାତ୍ର, ଆକାଶ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରୋ ଅ˚ଶଗ୍ରହଣ କରିଥିଲେ। ସାଧାରଣ ସମ୍ପାଦକ ଡକ୍ଟର ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର