ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା, ଜୟପୁରରେ ୮୯.୬ମିଲିମିଟର ରେକର୍ଡ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡରେ ଲଗାଣ ବର୍ଷା ହେବା ଫଳରେ ଚାଷୀ ମୁହଁରେ ହସ ପୁଟିଛି। ଗତ କିଛି ଦିନ ହେବ ଝିପିଝିପି ବର୍ଷା ହେଉଥିଲା। ତଳି ପ୍ରସ୍ତୁତ ହୋଇ ରହିଥିଲେ ହେଁ ଜମିରେ ପାଣି ନଥିବାରୁ କାଦୁଅ କରି ଧାନ ରୁଆ ହୋଇ ପାରୁନଥିଲା। ଚିନ୍ତାରେ ଚାଷୀ ପଡ଼ିଥିଲେ। ସୋମବାର ୧୪.୨ମିଲିମିଟର ବର୍ଷା ଜୟପୁରରେ ହୋଇଥିବା ବେଳେ ମଙ୍ଗଳବାର ଜିଲ୍ଲାର ସର୍ବାଧିକ ୮୯.୬ମିଲିମିଟର ବର୍ଷା ହୋଇଛି।

ସେହିଭଳି ଉପଖଣ୍ଡର କୋଟପାଡରେ ୫୨ମିଲିମିଟର, କୁନ୍ଦ୍ରାରେ ୫୦.୬ ମିଲିମିଟର , ବୋରିଗୁମ୍ମାରେ ୨୫ମିଲିମିଟର ଓ ବୈପାରୀଗୁଡାରେ ୭୯ମିଲିମିଟର ବର୍ଷା ହୋଇଛି। ଜମି ଗୁଡିକରେ ପାଣି ଚାଳିବା ପରେ ଚାଷୀ ମାନେ କାଦୁଅ କରିବା ସହ ଧାନ ରୁଆ ପ୍ରକ୍ରିୟାକୁ ଜୋର କରିଛନ୍ତି। ବିଭିନ୍ନ ଦୁର୍ଗମ ଗାଁ ଗୁଡିକର ମହିଳା ମାନଙ୍କୁ ଅଟୋ ଗୁଡିକରେ ଆଣି ଧାନ ରୁଆ କାମ ଶୀଘ୍ର ସାରିବା ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ଧାନ ରୁଆ ୩୦ରୁ ୪୦ପ୍ରତିଶତକୁ ଯାଇଛି ବୋଲି ମୁଖ୍ୟ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ଷାର ଲୁଛକାଳି ଖେଳ ଯୋଗୁଁ ଏବର୍ଷ ଧାନ ରୁଆ ବିଳମ୍ବ ହୋଇଛି। ତେବେ ବର୍ଷା ଏଭଳି ଜାରୀ ରହିଲେ ଧାନ ରୁଆ ପ୍ରକ୍ରିୟା ଠିକରେ ହେବ ବୋଲି କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର