ଆଲିଆଙ୍କ ପାଇଁ କାନଫୁଲ ଉପହାର ଆଣିଥିଲେ ପ୍ରଶଂସକ; ପତ୍ନୀ ଦୀପିକାଙ୍କ ପାଇଁ ନେଇଗଲେ ରଣବୀର ସିଂହ!

ମୁମ୍ବାଇ: ରଣବୀର ସିଂ ଏବଂ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର୍‌ ରାନୀ କି ପ୍ରେମ କାହାନୀ’ର ପ୍ରମୋସନ ଆରମ୍ଭ କରିଛନ୍ତି। ସେମାନେ ଜୁଲାଇ ୧୮ତାରିଖରେ ଜାତୀୟ ରାଜଧାନୀ ଦିଲ୍ଳୀରେ ଏକ ଗୀତ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିଠାରେ ଘଟିଥିବା ଏକ ମଜାଦାର ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

 

 

View this post on Instagram

 

A post shared by Pallav Paliwal (@pallav_paliwal)

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପ୍ରଶଂସକ ଏକ କାନଫୁଲ ଧରି ମଞ୍ଚ ଉପରକୁ ଯାଉଛନ୍ତି। ତାହାକୁ ଦେଖି ଖୁସି ହୋଇ ରଣବୀର କହୁଛନ୍ତି, ‘ୱ‌ାଓ, ଏହା ମୋ ପାଇଁ?’ ଯାହା ଉତ୍ତରରେ ପ୍ରଶଂସକ ଜଣକ କହୁଛନ୍ତି, ‘ଆପଣଙ୍କ ପାଇଁ ଏକ ଟାଇଟ୍‌ ହଗ୍‌ (ଆଲିଙ୍ଗନ)। ଏହା ମୁଁ ଆଲିଆ ମ୍ୟାଡାମଙ୍କ ପାଇଁ ଆଣିଛି।’ ଯାହାର ଉତ୍ତରରେ ରଣବୀର ସିଂହ କହୁଛନ୍ତି, ‘ତୁମେ ଆଲିଆଙ୍କୁ ଟାଇଟ୍‌ ହଗ୍‌ ଦେଇଦିଅ। ଏହା ମୁଁ ନେଇଯାଉଛି। ତୁମ ଭାବି (ଭାଉଜ) କେତେ ଖୁସି ହୋଇଯିବେ!’ ସେ ଦୀପିକା ପାଦୁକୋନଙ୍କ ଉଦ୍ଦେଶ୍ୟରେ ଏପରି କହିବା ପରେ ଆଲିଆ ବି ରଣବୀରଙ୍କ ବ୍ୟଙ୍ଗ ଶୁଣି ହସୁଛନ୍ତି। ଜନତାଙ୍କୁ ବି ରଣବୀରଙ୍କ ଏହି ମଜାକ ଖୁବ୍‌ ଭଲ ଲାଗିଛି।

ପୂର୍ବରୁ ରଣବୀର ଓ ଆଲିଆଙ୍କୁ ୨୦୦୯ ମସିହାରେ ‘ଗଲି ବୟ’ରେ ଏକତ୍ର ଦେଖିବାକ ମିଳିଥିଲା। ଯେଉଁଥିରେ ରଣବୀର ଏକ ସଂଘର୍ଷପୂର୍ଣ୍ଣ ଷ୍ଟ୍ରିଟ୍ ରାପର ଭୂମିକାରେ ଅଭିନୟ କରିଥିଲେ। ‘ରକି ଔର୍‌ ରାନୀ କି ପ୍ରେମ କାହାନୀ’ ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ର। ଏହା ଜୁଲାଇ ୨୮ ତାରିଖରେ ରିଲିଜ୍‌ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର