ଯୁବତୀଙ୍କୁ ଗୁଳି ମାରି ହତ୍ୟା ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ

ଜୟପୁର: ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଗୁଳି  କରି ହତ୍ୟା କରିଥିବା ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ସତ୍ୟନାରାୟଣ ମିଶ୍ର ଦୋଷୀ ଦିଲ୍ଲୀପ ଖରା ଓରଫ ଅଜୟ ଓରଫ ଅଜିତକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହ ୨୦ହଜାର ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଦୌରାଜଜ୍।

ସୂଚନା ଅନୁଯାୟୀ, ୨୦୧୭ମସିହା ମେ ମାସ ୧୫ ତାରିଖ ଦିନ କୋରାପୁଟ ଜିଲ୍ଲାର ଜୟପୁର ସଦରଥାନା ଅର୍ନ୍ତଗତ ବାରିଣୀପୁଟରେ ଏହି ଅଘଟଣ ଘଟିଥିଲା। ମୃତ ପିଙ୍କି ବାଘଙ୍କ ଭାଉଜଙ୍କ ମୃତ୍ୟୁ ପରେ ତିନି ଦିନିଆ ଶ୍ରାଦ୍ଧ ଦିବସ(ପିତା ଚାବିବା) ଉତ୍ସବ ଥିଲା। ଘରକୁ ନିକଟ ସଂପର୍କୀୟମାନେ ଆସି ଶେଷକୃତ୍ୟରେ ଭାଗନେଇ ନିଜ ଘରକୁ ଫେରି ଯାଇଥିଲେ। ମୃତକାଙ୍କ ମାମୁଁଙ୍କ ପୁଅ ହେଉଛନ୍ତି ଅଭିଯୁକ୍ତ ଦିଲ୍ଲୀପ। ଦିଲ୍ଲୀପ ସେ ଦିନ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଂଧ୍ୟାରେ ସବୁ କାର୍ଯ୍ୟକ୍ରମ ସରିବା ପରେ ମାଉସୀଙ୍କୁ ନେଇ କୋଲାବରେ ଛାଡ଼ିକି ପୁଣି ବାରିଣୀପୁଟ ଫେରି ଆସିଥିଲେ ଦିଲ୍ଲୀପ। ମୃତ ପିଙ୍କୀର ବାହାଘର ପାଇଁ ଆଉ ଜଣେ ଯୁବକଙ୍କ ସହ କିଛି ଦିନ ପୂର୍ବରୁ ନିର୍ବନ୍ଦ ସରିଥିଲା।

ତେବେ ହତ୍ୟାକାରୀ ଦିଲ୍ଲୀପ ପିଙ୍କୀଙ୍କୁ ଏକତରଫା ପ୍ରେମ କରୁଥିଲେ। ପିଙ୍କୀ ଘର ଛାତ ଉପରେ ଅନ୍ୟ ଦୁଇ ଜଣଙ୍କ ସହ ବସିଥିବା ବେଳେ ଅଭିଯୁକ୍ତ ଦିଲ୍ଲୀପ ଛାତ ଉପରକୁ ଯାଇ ତାଙ୍କୁ ବାହା ହେବାକୁ ପିଙ୍କୀକୁ ଧମକାଇଥିଲେ। ପିଙ୍କୀ ରାଜି ନ ହେବାରୁ ଅଭିଯୁକ୍ତ ଧରି  ସାଙ୍ଗରେ ନେଇ ଆସିଥିବା ବନ୍ଧୁକ ବାହାର କରି ପିଙ୍କୀକୁ ଗୁଳି କରି ତଳକୁ ପଳାଇ ଆସିଥିଲେ। ଗୁଳିମାଡରେ ପିଙ୍କୀ ଟଳି ପଡ଼ିଥିଲେ। ପରେ ପରିବାରବର୍ଗ ଅଭିଯୁକ୍ତଙ୍କୁ ଧରିବା ସହ ତା ହାତରୁ ବନ୍ଧୁକ ଉଦ୍ଧାର କରିଥିଲେ। ମୃତ ପିଙ୍କୀଙ୍କ ବାପା ନରେନ୍ଦ୍ର  ବାଘ ଏ ନେଇ  ଜୟପୁର ସଦରଥାନା ଅର୍ନ୍ତଗତ ବାରିଣୀପୁଟ ପାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଥିଲା। ମରଶରୀରର ପଂଚନାମା କରି ବ୍ୟାବଛେଦ ପାଇଁ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ  ଗିରଫ  କରିବା ସହ କୋର୍ଟକୁ ଚାଳାଣ କରିଥିଲେ।

ଏହି ମାଲାର ବିଚାର ଚାଳିଥିବା ବେଳେ ୧୨ଜଣଙ୍କ ଠାରୁ  ସାକ୍ଷ୍ୟ ଗ୍ରହଣ କରିଥିଲା।  ଆଜି ମାନ୍ୟବର ଦୌରାଜଜ୍ ଦୋଷୀକୁ ଆଇପିସିର ଦଫା ୩୦୨ରେ ଆଜୀବନ କାରାଦଣ୍ଡ , ୨୫(୧) (ବି) ଆର୍ମସ ଆକ୍ଟରେ ୭ବର୍ଷ ସଶ୍ରମ କାରାଦଣ୍ଡଦେଶ ଦେଇଛନ୍ତି। ଜରିମାନା ବାବଦକୁ ୨୦ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଶୈଳଜା ପଟ୍ଟନାୟକ ମାମଲାକୁ ପରିଚାଳନା କରୁଥିଲେ।

 

 

 

ସମ୍ବନ୍ଧିତ ଖବର