ଆଜି ମୟୂରଭଞ୍ଜରୁ ୨୦ ନୂଆ ପଜିଟିଭ ଚିହ୍ନଟ, ୧ ମୃତ

ବାରିପଦା: ଡ଼ିସେମ୍ବର ୨୬ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩୩୪ କରୋନା ପଜିଟିଭଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୨୦ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ତାଲିକାର ସପ୍ତମ ସ୍ଥାନରେ ରହିଛି । ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩,୮୨୮ରେ ପହଁଞ୍ଚିଛି । କରୋନା ସଂକ୍ରମିତମାନଙ୍କ ମଧ୍ୟରୁ କ୍ରିଟିକାଲମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱଳ୍ପ ଓ ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ।

ସେହିପରି ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩,୬୨୮ ରହିଥିବା ସମୟରେ ଡ଼ିସେମ୍ବର ୨୬ ସୁଦ୍ଧା ୧୧୦୯ ଜଣ ସକ୍ରିୟ ଥାଇ କୋଭିଡ଼ ହସପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଛନ୍ତି । ଏଥି ସହିତ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ୫୭ ବର୍ଷ ବୟସର ପୁରୁଷଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ଏବଂ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର