ମାନବବାଦୀ ସଂଗଠନ ବିରୋଧରେ ମାନବାଧିକାର ସଂଗଠନର ଦାବିପତ୍ର

ଖୋର୍ଦ୍ଧା: ମାନବବାଦୀ ସଂଗଠନ, ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଂଚ ଏବଂ ଏହାର ମୁଖିଆ ମାନସ ଦାସ ବିରୋଧରେ ତାଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ଲୋକ ଧୀରେ ଧୀରେ ମୁହଁ ଖୋଲୁଥିବା ବେଳେ ସଂଗଠନ ଓ ମାନସ ଦାସ ବିରୋଧରେ ପଦକ୍ଷେପ ନେବା ପାଇଁ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ବଢ଼ିବାରେ ଲାଗିଛି। ଗତକାଲି ୮ଟି ଦଳିତ ଓ ଆଦିବାସୀଙ୍କ ସଂଗଠନ ଓ ହିନ୍ଦୁ ଜାଗରଣ ସାମୁଖ୍ୟ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ଅନ୍ତର୍ଜାତିକ ମାନବାଧିକାର କାଉନ୍‌ସିଲ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି।

ଆଜି କାଉନ୍‌ସିଲର ସଭାପତି ସସ୍ମିତା ଦାସ, ସଦସ୍ୟ ସସ୍ମିତା ସାହୁ, ରାଜ କିଶୋର ବେହେରା, ଆଦିତ୍ୟ ମହାପାତ୍ର ପ୍ରମୁଖ ଖୋର୍ଦ୍ଧା ଗ୍ରାମାଂଚଳ ଏସ୍‌ପି ରାଜକିଶୋର ଦୋରାଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ସସ୍ମିତା ଦାସ କହିଛନ୍ତି ଯେ ବେଗୁନିଆ ଓ ଖୋର୍ଦ୍ଧା ଅଂଚଳରେ ଜଣେ ଆଇନଜୀବୀ ଓ ତାଙ୍କର ମାନବାବଦୀ ସଂଗଠନ ନିରୀହ ଆଦିବାସୀ ଓ ସଅର ସମ୍ପ୍ରଦାୟ ଲୋକଙ୍କ ଉପରେ ଯେଉଁ ଭଳି ନିର୍ଯାତନା ଦେଉଥିଲେ ତାହା ପଦାରେ ପଡ଼ିଛି ଏନେଇ ଏକାଧିକ ଅଭିଯୋଗ ବିଭିନ୍ନ ଥାନାରେ ଦାଖଲ ହୋଇଛି । ଦୈନିକ ନୂଆ ନୂଆ ଅଭିଯୋଗ ଆସି ପହଂଚୁଛି। ଏପରିସ୍ଥଳେ ପୁଲିସର ନିରବତା ସନ୍ଦେହ ସୃଷ୍ଟି କରିଛି। ଏଣୁ ଏହି ସଂଗଠନ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବା ସହ ସଂଗଠନ ଓ ମାନସ ଦାସର କାର୍ଯ୍ୟକଳାପକୁ ତଦନ୍ତର ପରିସରଭୁକ୍ତ କରିବାକୁ ମାନବାଧିକାର କାଉନ୍‌ସିଲ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର