ଓଡିଶାରେ ମୌସୁମୀ ବାୟୁ ସକ୍ରିୟ, ୨୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସାରା ଓଡ଼ିଶା ବାସୀ ଅପେକ୍ଷା କରିଛନ୍ତି। ଏବେ ସେମାନଙ୍କପାଇଁ ସୁଖବର। ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ହଁ ,ଆଜି ଓଡିଶା ଛୁଇଁଛି ମୌସୁମୀ । ୭୨ ଘଣ୍ଟାରେ ମୌସୁମୀ ବାୟୁ ସାରା ଓଡିଶାକୁ ଆଚ୍ଛାଦିତ କରିବ । ଆସନ୍ତା ୧୨ ଘଂଟା ଭିତରେ ଦକ୍ଷିଣ ଓଡିଶାରେ ସକ୍ରିୟ ହେବ ମୌସୁମୀ ।

ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।ପରବର୍ତ୍ତୀ ସମୟରେ ଉପକୂଳ ଓ ଉତ୍ତର ଓଡିଶାକୁ ମୌସୁମୀ ବ୍ୟାପିବ । ୨୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ମୌସୁମୀ ଓଡିଶା ଛୁଇଁଥିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସମ୍ବନ୍ଧିତ ଖବର