ନନ୍ଦନକାନନରେ ନାଇଟ୍‌ ଆଉଟ୍‌ ଆଟ୍ ଜୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜିଠୁ ଆରମ୍ଭ ହେଉଛି `ନାଇଟ ଆଉଟ ଆଟ୍ ଜୁ’। ନନ୍ଦନକାନନ ପକ୍ଷରୁ ନୂଆ ଶୈକ୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। କେବଳ ରବିବାର ରାତିରେ ବୁଲିହେବ ନନ୍ଦନକାନନ। ୨୦ ଦର୍ଶକ ବୁଲିବାକୁ ବ୍ଯବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କିଣି ନନ୍ଦନକାନନ ବୁଲିପାରିବେ। ଏଥିପାଇଁ ଜଣପିଛା ଟିକେଟ ମୂଲ୍ୟ ୨୫୦ ଟଙ୍କା ରହିଛି। ବ୍ୟାଟେରି ଗାଡ଼ିରେ ପର୍ଯ୍ୟଟକମାନେ ସଂଧ୍ୟା ସାଢ଼େ ୬ରୁ ରାତି ୮ଟା ଯାଏ ପ୍ରାଣୀ ଉଦ୍ୟାନ ବୁଲିପାରିବେ। ଏହି ସମୟରେ ରାତ୍ରିଚର ପ୍ରାଣୀଙ୍କ ଜୀବନଶୈଳୀର ଅଧ୍ୟୟନ କରିବାକୁ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର