ବ୍ରହ୍ମପୁରରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍‌

ବ୍ରହ୍ମପୁର : ଦେଶର ବୃହତ୍‌ ଗହଣା କମ୍ପାନି କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍‌ ବ୍ରହ୍ମପୁରର ସିଟି ହାଇସ୍କୁଲ୍‌ ରୋଡ୍‌ରେ ଖୋଲିଛି। ଏହି ନୂଆ ଓ ବିଳାସପୂର୍ଣ୍ଣ ସୋ’ରୁମ୍‌କୁ କମ୍ପାନିର ସିଓଓ ସଂଜୟ ରଘୁରମଣ ଉଦ୍‌ଘାଟନ କରିଛନ୍ତି। ଉନ୍ମୋଚନ ଅଫର୍‌ ଭାବେ ପ୍ରତି ଏକ ଲକ୍ଷ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏହାବ୍ୟତୀତ, କ˚ପାନି ପକ୍ଷରୁ ସୁନା ଗହଣା ଉପରେ ପ୍ରତି ଗ୍ରାମ୍‌ର ଗଢ଼ା ମୂଲ୍ୟରେ ତତ୍କାଳ ୩୦୦ଟଙ୍କା ପର୍ଯ୍ୟନ୍ତ ରିହାତି ଏବ˚ ପୁରୁଣା ସୁନା ଏକ୍ସେଚେଞ୍ଜ ଉପରେ ପ୍ରତି ଗ୍ରାମ୍‌ରେ ଅଧିକ ୫୦ ଟଙ୍କା ପ୍ରଦାନ କରାଯିବ। କଲ୍ୟାଣ ଜୁଏଲର୍ସର ଏହି ଆକର୍ଷଣୀୟ ଅଫର୍‌ ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁ‌ହାଯାଇଛି। ଗ୍ରାହକଙ୍କ ପାଇଁ ସାରା ଭାରତରୁ ପ୍ରସ୍ତୁତ ହୋଇଥିବା ବ୍ରାଇଡାଲ୍‌ ଗହଣା ସମ୍ଭାର ସମେତ କଲ୍ୟାଣର ଲୋକପ୍ରିୟ ନିଜସ୍ବ ବ୍ରାଣ୍ତ୍‌ ଏଠାରେ ଉପଲବ୍ଧ କରାଯାଇଛି। ନିତିଦିନିଆ ପରିଧାନ ସମେତ ବ୍ରାଇଡାଲ୍‌ ଓ ଉତ୍ସବ ଅବସର ପାଇଁ ଏଠାରୁ ଗହଣା ଚୟନ କରିବାର ସୁଯୋଗ ରହିଛି।

ସମ୍ବନ୍ଧିତ ଖବର