ଖୋର୍ଦ୍ଧା ଜିଲ୍ଲାରୁ ପୁଣି ୧୯ ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା ହେଲା ୧୮୯

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ଆଜି ସନ୍ଧ୍ୟାରେ ପୁଣି ୧୯ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଏହି ସୂଚନା ଦେଇଛନ୍ତି। ତେବେ ଆଜି ସକାଳେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ଏହି ୩ଜଣ କରୋନା ରୋଗୀ ରାଜ୍ୟ ବାହାରୁ (୨ଜଣ ସୁରତ, ଜଣେ ଦିଲ୍ଲୀ) ଫେରି ସଙ୍ଗରୋଧରେ ଥିଲେ | ଫଳରେ ଗୋଟିଏ ଦିନରେ ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣ ରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୯ରେ ପହଞ୍ଚିଛି। ଜିଲ୍ଲାରୁ ୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ୧୧୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଆଜି ସକାଳେ ରାଜ୍ୟରେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ଵାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଂଚିଥିଲା |

ସମ୍ବନ୍ଧିତ ଖବର