ମୌସୁମୀରେ କରୋନା ସଂକ୍ରମଣ ବଢ଼ିବ କି ନାହିଁ ତାହା ଏବେଠୁ କହିବା ଅସମ୍ଭବ : ଆଇଏଲ୍ଏସର ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇବାକୁ ହେଲେ ଜୁନ୍ ମାସରେ ସବୁଠୁ ଅଧିକ ସତର୍କ ରହିବାକୁ ପଡ଼ିବ। ଆଗାମୀ ୨୧ ଦିନ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ରାଜ୍ୟ ସରକାର ଚିନ୍ତା କରୁଛନ୍ତି।  ଓଡ଼ିଶାରେ ମୌସୁମୀର ପ୍ରଭାବ ଧୀରେ ଧୀରେ ପଡ଼ିବା ଆରମ୍ଭ ହୋଇସାରିଥିବା ବେଳେ ବର୍ଷା ହେଲେ କରୋନା ସଂକ୍ରମଣ ଅଧିକ ବଢିବା ନେଇ ଖବର ସାମ୍ନାକୁ ଆସିଥିଲା | ତେବେ ସାମ୍ନାକୁ ଆସିଥିବା ଏହି ଖବର ଉପରେ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)ର ନିର୍ଦ୍ଦେଶକ ଅଜୟ ପରିଡ଼ା।

sambadenglish

ତାଙ୍କ କହିବା ମୁତାବକ, କରୋନା ଏକ ନୂତନ ଭୂତାଣୁ | ଭବିଷ୍ୟତରେ ଏହାର ଗତିବିଧି କ’ଣ ରହିବ, ତାହା ଏବେଠାରୁ କହିହେବ ନାହିଁ | ମୌସୁମୀ ଆସିଲେ ଓଡ଼ିଶାରେ ମାରାତ୍ମକ କରୋନା ଭୂତାଣୁର ବିସ୍ତାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି | ତେବେ ମୌସୁମୀ ଆସିବା ପରେ କରୋନା ଭୂତାଣୁର ପ୍ରଭାବ କିଭଳି ରହୁଛି, ତାହା ସ୍ପଷ୍ଟ ହେଵ | ଏବେଠାରୁ କିଛି ବି କହିବା ଅସମ୍ଭବ | ଆଶା କରାଯାଉଛି ଯେ, ମୌସୁମୀ ରାଜ୍ୟରେ କୋଭିଡ-୧୯ର ପ୍ରସାରଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ | ତେବେ ସଚେତନତା ଅଭାବରୁ ସାମ୍ପ୍ରତିକ ସଙ୍କଟ ଆହୁରି ତୀବ୍ର ହୋଇପାରେ ବୋଲି ନିର୍ଦ୍ଦେଶକ ଅଜୟ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ, ମଣିଷକୁ କୋଭିଡ ସହିତ ବଞ୍ଚିବାକୁ ପଡିବ | କାରଣ ଏହି ଭୂତାଣୁ ସଂପୂର୍ଣ୍ଣଭାବେ ଲୋପ ପାଇବ ନାହିଁ । ଏହା ସହ ଏପର୍ଯ୍ୟନ୍ତ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ପ୍ରାୟ ସମସ୍ତ ମାମଲା ସଙ୍ଗରୋଧ କେନ୍ଦ୍ରରୁ ରିପୋର୍ଟ କରାଯାଉଛି  ତେଣୁ ଚିନ୍ତାର କାରଣ ନାହିଁ। ସେହିପରି ସେ କହିଥିଲେ କି କିଛି ଗବେଷକ ଆକଳନ କରିଥିଲେ କି ଗ୍ରୀଷ୍ମରେ କରୋନା ସଂକ୍ରମଣ ହ୍ରାସ ପାଇବ। ମାତ୍ର ସେପରି କିଛି ହେଲା ନାହିଁ। ତେଣୁ କରୋନା ଭାଇରସ୍ ନେଇ ବାସ୍ତବିକ ଆକଳନ ଲାଗି ସମୟ ଲାଗିବ।

ସମ୍ବନ୍ଧିତ ଖବର