ମାର୍ଚ୍ଚ ୬ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର : ମାର୍ଚ୍ଚ ୬ରୁ ଯୁକ୍ତ୨ ଥିଓରି ପରୀକ୍ଷା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ହେବ। କଳା ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ୭ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନ ଇଂରାଜୀ ବିଷୟ ପରୀକ୍ଷା ରହିଛି। ୮ରେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ), ୯ରେ କଳା ବିଭାଗ ଏମ୍‌ଆଇଏଲ୍‌(ଓଡ଼ିଆ), ୧୦ରେ ବିଜ୍ଞାନ, କଳା, ବାଣିଜ୍ୟ ବିଭାଗର ଆଇଟି ଏବଂ ବିଜ୍ଞାନ ବିଭାଗର ସିଏସ୍‌ସି, ବାୟୋ-ଟେକ୍‌ ଓ ଇଲେକ୍‌ଟ୍ରୋନିକ୍ସ, ୧୨ରେ କଳା ବିଭାଗର ରାଜନୀତି ବିଜ୍ଞାନ, ୧୩ରେ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ବାଣିଜ୍ୟର ଆକାଉଣ୍ଟାନ୍ସି ଏବଂ ୧୪ରେ କଳା ବିଭାଗର ଇତିହାସ ବିଷୟର ପରୀକ୍ଷା ହେବ।

୧୫ ତାରିଖରେ କଳା, ବାଣିଜ୍ୟ, ବିଜ୍ଞାନ ବିଭାଗର ଟିଟିଭି, ଏଫ୍‌ଟିଭି, ପିଏଚ୍‌ଭି, ଓଏମ୍‌ଭି, ବିଏନ୍‌ଭି, ପିଟିଭି, ଆଇଟିଭି ଓ ବିଜ୍ଞାନ ବିଭାଗର ଏଟିଭି, ଡିଏଭି, ଏଚ୍‌ଓଭି, ଇଡିଭି ଏବଂ ଏମ୍‌ଟିଭି ବିଷୟର ପରୀକ୍ଷା ହେବ। ଏହି ଦିନ ପୂର୍ବାହ୍ଣ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପରୀକ୍ଷା ହେବ। ୧୬ ତାରିଖରେ ବିଜ୍ଞାନର ରସାୟନ ବିଜ୍ଞାନ, ବାଣିଜ୍ୟର ବିଏମ୍‌ଏସ୍‌, ୧୭ରେ କଳା ବିଭାଗର ସମସ୍ତ ଭାଷା ଅପସନାଲ୍‌ ପରୀକ୍ଷା ଓ ବିଜ୍ଞାନ ବିଭାଗର ଏଲେକ୍ଟିଭ୍‌ ସଂସ୍କୃତ, ୧୯ରେ କଳା ଓ ବିଜ୍ଞାନ ବିଭାଗର ଗଣିତ, କଳାର ଗୃହ ବିଜ୍ଞାନ ଏବଂ ବାଣିଜ୍ୟର ବିଏସ୍‌ଏମ୍‌ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ୨୧ରେ କଳା ଓ ବିଜ୍ଞାନର ଭୂଗୋଳ, କଳା ବିଭାଗର ତର୍କଶାସ୍ତ୍ର, ୨୨ରେ କଳା ଓ ବିଜ୍ଞାନ ବିଭାଗର ଷ୍ଟାଟିଷ୍ଟିକ୍ସ, କଳାର ନୃତତ୍ତ୍ୱ, ସମାଜ ବିଜ୍ଞାନ, ୨୩ରେ ବିଜ୍ଞାନର ଜୀବ ବିଜ୍ଞାନ, ବାଣିଜ୍ୟ ବିଭାଗର ଆଇଏନ୍‌ଏସ୍‌, ଏଫ୍‌ଏମ୍‌ଏ, ବିଏସ୍‌ଇ, ଆରଡି, ସିଏସି, ସିଏ, ୨୪ରେ କଳା ଏବଂ ବିଜ୍ଞାନ ବିଭାଗର ଅର୍ଥନୀତି, କଳାର ଆଇଆରପିଏମ୍‌-୨, ୨୬ରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଅନ୍ୟ ଏମ୍‌ଆଇଏଲ୍‌ (ହିନ୍ଦୀ, ବଙ୍ଗଳା, ତେଲୁଗୁ, ଊର୍ଦୁ, ସଂସ୍କୃୃତ, ଅଲଟରନେଟିଭ୍‌ ଇଂରାଜୀ) ବିଷୟର ପରୀକ୍ଷା ହେବ। ୨୭ରେ ବିଜ୍ଞାନ ବିଭାଗ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ବାୟୋଲୋଜି-୨, ୨୮ରେ କଳା ବିଭାଗର ଶିକ୍ଷା, ଇଣ୍ଡିଆନ୍‌ ମ୍ୟୁଜିକ୍‌, ମନସ୍ତତ୍ୱ ବିଜ୍ଞାନ ଏବଂ ବିଜ୍ଞାନ ବିଭାଗର ଭୂତତ୍ତ୍ୱ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ।

ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ରେ ଇଂରାଜୀ, ୨୨ରେ ଏମ୍‌ଆଇଏଲ୍‌, ୨୩ରେ ଇତିହାସ, ଆକାଉଣ୍ଟାନ୍ସି, ବାଣିଜ୍ୟ-୧, ପଦାର୍ଥ ବିଜ୍ଞାନ, ୨୪ରେ ରାଜନୀତି ବିଜ୍ଞାନ, ବିଏସ୍‌ଏମ୍‌, ବାଣିଜ୍ୟ-୨, ରସାୟନ ବିଜ୍ଞାନ, ୨୬ରେ ଅର୍ଥନୀତି, ଗଣିତ, ୨୭ରେ ବାୟୋଲୋଜି, ୨୮ରେ ଟ୍ର୍ରେଡ୍‌ ପେପରସ୍‌-୧ ଏବଂ ୨୯ରେ ଟ୍ରେଡ୍‌ ପେପର-୨ର ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଏଥର ବି ଥିଓରି ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ହେବ। ଜାନୁଆରି ୨୫ରୁ ଫେବ୍ରୁଆରି ୫ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରାକ୍ଟିକାଲଗୁଡ଼ିକ କରାଯିବ। ୨୦୧୫ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ହୋଇଥିବା ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ୨୦୧୪-୧୭ ପାଠ୍ୟକ୍ରମ ଅନୁଯାୟୀ ହଳଦିଆ ରଙ୍ଗର ପ୍ରଶ୍ନପତ୍ର ଆସିବ। ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ଇଂରାଜୀ ବିଷୟର ପ୍ରଶ୍ନପତ୍ର ସମାନ ରହିବ। ଯଦି ପ୍ରଶ୍ନପତ୍ରରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ଥିବ ତେବେ ଏନେଇ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି। ଥିଓରିର ୧୦୦, ୭୦, ୬୦ ମାର୍କ ବିଷୟ ପରୀକ୍ଷା ଲାଗି ୩ ଘଣ୍ଟା, ୫୦ ମାର୍କ ବିଷୟ ଲାଗି ୨ ଘଣ୍ଟା ୩୦ ମିନିଟ୍‌ ଏବଂ ୪୦ ମାର୍କ ପରୀକ୍ଷା ଲାଗି ଦୁଇ ଘଣ୍ଟା ସମୟ ସୀମା ରହିଛି। ପ୍ରାକ୍ଟିକାଲ ପରୀକ୍ଷାର ୧୦୦ ମାର୍କ ଲାଗି ୪ ଘଣ୍ଟା, ୬୦ ଏବଂ ୩୦ ମାର୍କ ପରୀକ୍ଷା ଲାଗି ୩ ଘଣ୍ଟା ସମୟ ସୀମା ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର