ନୋବେଲ୍‌ ବିଜେତାଙ୍କ ‘ଜେ-ପାଲ୍‌’ର ଅଂଶୀଦାର ହେବ ଓଡ଼ିଶା

ଭୁବନେଶ୍ୱର: ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀ ଏବଂ ଇସ୍‌ଥର୍‌ ଡଫ୍‌ଲୋଙ୍କ ସହ-ସଂସ୍ଥାପିତ ‘ଅବ୍‌ଦୁଲ୍‌ ଲତିଫ୍‌ ଜମୀଲ୍‌ ପଭର୍ଟି ଆକ୍‌ସନ୍‌ ଲ୍ୟାବ୍‌’ର ଅଂଶୀଦାର ହେବାକୁ ବାହାରିଛି ଓଡ଼ିଶା। ନୀତି ଗଠନ ମାଧ୍ୟମରେ ଦରିଦ୍ରରୁ ଦରିଦ୍ରତମ ଏବଂ ପରୀକ୍ଷାମୂଳକ ଗବେଷଣାଭିତ୍ତିକ ମୂଲ୍ୟାୟନ ସମେତ କେତେକ ସାମାଜିକ କ୍ଷେତ୍ରରେ କରାଯାଇଥିବା ହସ୍ତକ୍ଷେପ ନିମନ୍ତେ ‘ଜେ-ପାଲ୍‌’ ଗଠିତ ହୋଇଛି।

ବାନାର୍ଜୀ-ଡଫ୍‌ଲୋ ଦ୍ୱୟ ଆଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଭାବେ ଜଣାଶୁଣା ‘ସ୍ୱେର୍ଗିଜ୍‌ ରିକ୍ସବ୍ୟାଙ୍କ୍‌ ପ୍ରାଇଜ୍‌ ଇନ୍‌ ଇକୋନମିକ୍‌ ସାଇନ୍‌ସେସ୍‌’ ପ୍ରଦତ୍ତ ହେବା ପରେ ଗୋଟାଏ ଭାରତୀୟ ରାଜ୍ୟ ସହ ଏହା ହେଉଛି ‘ଜେ-ପାଲ୍‌’ ସହ ପ୍ରଥମ ବ୍ୟାପକ ଅଂଶୀଦାରୀ।

ଦିଲ୍ଲୀରୁ ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ ଦରିଦ୍ରରୁ ଦରିଦ୍ରତମ ଏବଂ ମହିଳ ଏବଂ ପୋଷକତତ୍ତ୍ୱର ଉନ୍ନତି ନମନ୍ତେ ଜେ-ପାଲ୍‌ କେବିକେ ଅଞ୍ଚଳ ସମେତ ଓଡ଼ିଶାର ଅନ୍ୟୂନ ୮ଟି ଜିଲ୍ଲାରେ କାମ କରିବାକୁ ଯାଉଛି। ଅକ୍ଟୋବର ୩୧ ତାରିଖ ଦିନ ରାଜ୍ୟ ସରକାର ଏବଂ ଜେ-ପାଲ୍‌ଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ। ଏଥିରେ ଲ୍ୟାବ୍‌ର ଦକ୍ଷିଣ ଏସିଆ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀ ଇକ୍‌ବାଲ୍‌ ସିଂହ ଢାଲିଓ୍ଵାଲ୍‌ ଏବଂ ଶୋଭିନୀ ମୁଖାର୍ଜୀ ଉପସ୍ଥିତ ରହିବେ।

୫-ଟି ଉପକ୍ରମ ଅଧୀନରେ ଜେ-ପାଲ୍‌ ଭଳି ସମ୍ମାନଜନକ ଗବେଷଣା କେନ୍ଦ୍ର ସହ ଭାଗିଦାରୀ କରାଯାଉଥିବା କଥା ଜଣାପଡ଼ିଛି।

ସମ୍ବନ୍ଧିତ ଖବର