୩୧ ପର୍ଯ୍ୟନ୍ତ ଓଏଚ୍‌ଆର୍‌ସି ଅଫିସ ମନା

ଭୁବନେଶ୍ବର : କରୋନାର ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ତୋଷାଳି ଭବନଠାରେ ଥିବା ଓଡ଼ିଶା ମାନବିକ ଅଧିକାର ଆୟୋଗ (ଓଏଚଆରସି) କାର୍ଯ୍ୟାଳୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲିବ। ଅଭିଯୋଗକାରୀଙ୍କ ପଞ୍ଜୀକରଣ ଏବଂ ଯାଞ୍ଚ କାର୍ଯ୍ୟ ନିୟମିତ ଭାବେ ଚାଲୁ ରହିବ। ମାତ୍ର ଅଭିଯୋଗକାରୀଙ୍କୁ ଏହି ସମୟ ମଧ୍ୟରେ କାର୍ଯ୍ୟାଳୟକୁ ଆସିବାକୁ ମନା କରାଯାଇଛି।

ଆୟୋଗ କାର୍ଯ୍ୟ ବନ୍ଦ ରହିଲେ ମଧ୍ୟ ସମସ୍ତ କର୍ମଚାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ଏବଂ ଯେକୌଣସି ସମୟରେ ଆବଶ୍ୟକ ପଡ଼ିଲେ ନିଜର କାମ କରିବେ। ଏହି ସମୟରେ ଅତି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରାଯିବ। କାର୍ଯ୍ୟାଳୟ ଇ-ମେଲ୍([email protected]) ମାଧ୍ୟମରେ ଅଭିଯୋଗ ପିଟିସନ୍ ଦାଖଲ କରାଯାଇପାରିବ। ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟ୍ରାରଙ୍କ ମୋବାଇଲ ନମ୍ବର(୮୭୬୩୬୪୨୦୮୦)ରେ ସମ୍ପର୍କ କରାଯାଇପାରିବ। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ୍ ଆଇଡି ଦେଇ ଓଏଚଆରସି ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ଭର୍ଚୁଆଲ ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର