ପିସିସି ସଭାପତି ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ସକାଳେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ଶୋକସଭାରେ ଯୋଗ ଦେବା ପରେ ଶ୍ରୀ ପଟ୍ଟନାୟକ ଅସୁସ୍ଥତା ଅନୁଭବ କରିଥିଲେ। ପରେ ସେ ତୁରନ୍ତ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ହୃଦ୍‌ଜନିତ ସମସ୍ୟା ସଂପର୍କିତ ବିଭିନ୍ନ ପରୀକ୍ଷା କରାଯାଉଛି। ତେବେ କୋଭିଡ ପରୀକ୍ଷାରେ ଶ୍ରୀ ପଟ୍ଟନାୟକଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର