ପୁଲିସ ହେବ ତ ଏମିତି…ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଶିକ୍ଷକଙ୍କ ଜୀବନ ବଞ୍ଚାଇଲେ ଏଏସ୍‌ଆଇ

ମାଲକାନଗିରି: ପୁଲିସ କେବଳ ଯେ ଚୋର ଧରିବା କିମ୍ୱା ଲ’ ଆଣ୍ଡ ଅଡ଼ର କାମ ସମ୍ଭାଳୁ ନାହାନ୍ତି। ବରଂ ଲୋକଙ୍କ ସେବା ଏବଂ ଜୀବନ ବଞ୍ଚାଇବାରେ ମଧ୍ୟ ନିଜକୁ ନିୟୋଜିତ କରିଥାନ୍ତି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ପୁଲିସ କିପରି ନିଜ ଜୀବନକୁ ବାଜି ଲଗାଇ ଜଣେ ଶିକ୍ଷକଙ୍କ ଜୀବନ ବଞ୍ଚାଇଲେ ତାହାକୁ ନେଇ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ହେଉଛି।
ଆଜି ବାଲିମେଳା ଥାନା ଅନ୍ତର୍ଗତ କାମବେଡା ଗ୍ରାମର ଜଣେ ଶିକ୍ଷକ କୌଣସି କାରଣ ବଶତଃ ନିଜ ଜୀବନକୁ ହାରି ଦେବାକୁ ଚାହିଁଥିଲେ। ଅର୍କେଲ ନିକଟସ୍ଥ ଗଭୀର ଚିତାପାରୀ ନଦୀରେ ଡେଇଁ ଆତ୍ମହତ୍ୟା କରାଉବାକୁ ଚାହୁଁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଫୋନ ଯୋଗେ ଜଣାଇଥିଲେ। ପୁଲିସ କିଛି ଚିନ୍ତା ନକରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଏସଆଇ ଅଜିତ ଷଡଙ୍ଗୀ ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁ ପଡ଼ିଥିଲେ। ଶିକ୍ଷକଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରିଥିଲେ। ଶିକ୍ଷକଙ୍କୁ ତୁରନ୍ତ ବାଲିମେଳା ମେଡିକାଲକୁ ନିଆଯାଇଥିଲା। ଚିକିତ୍ସା ପରେ ଶିକ୍ଷକ ଜଣକ ସୁସ୍ଥ ଥିବା ପୁଲିସ କହିଛି। ତେବେ ଶିକ୍ଷକ କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି।
ସମ୍ବନ୍ଧିତ ଖବର