ଅଜଗର ସାପ ଉଦ୍ଧାର

ବୈପାରିଗୁଡା: ଆଜି ଅପରାହ୍ନରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡା ପଞ୍ଚାୟତର ଦୋରାଗୁଡା ଠାରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଘଟଣା ଅନୁଯାୟୀ, ଦୋରାଗୁଡା ଗ୍ରାମର ଉଦ୍ଧବ ବଳିପୁଟିଆଙ୍କ ବିଲରୁ ବାଦାମ ଗଛ ଉପାଡିବା ପାଇଁ ପ୍ରାୟ ପନ୍ଦର ଜଣ କାମ କରୁଥିବା ବେଳେ ଅଜଗର ସାପ ଟିଏ ଦେଖିବାକୁ ପାଇଥିଲେ। ସେମାନେ ଭୟଭୀତ ହୋଇ କାମ ବନ୍ଦ କରି ଜମି ମାଲିକ ଉଦ୍ଧବଙ୍କୁ ଖବର ଦେଇଥିଲେ। ଉଦ୍ଧବ ସାପଟିକୁ ସ୍ଥାନୀୟ ସରପଞ୍ଚ ଅଭି ନାୟକଙ୍କ ଜିମାରେ ଦେଇଥିଲେ। ଆସନ୍ତାକାଲି ସାପଟିକୁ ବନବିଭାଗ କର୍ମଚାରୀଙ୍କୁ ପ୍ରଦାନ କରିବେ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ସାପଟିର ଲମ୍ବା ସାତ ଫୁଟ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର