ମାଲ ବୋଝେଇରେ ସମ୍ବଲପୁର ମଣ୍ଡଳର ରେକର୍ଡ

ସମ୍ବଲପୁର: ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଗତ ଡିସେମ୍ବର ମାସରେ ମାଲ୍‌ ବୋଝେଇରେ ନୂଆ ରେକର୍ଡ କରିଛି। ୨୦୨୨ର ଡିସେମ୍ବର ମାସରେ ଏହି ମଣ୍ଡଳ ୧.୪୧ ମାଟ୍ରିକ୍ ଟନ୍ ମାଲ୍ ବୋଝେଇ କରିଛି ଯାହା ପୂର୍ବ ବର୍ଷର ଉକ୍ତ ମାସ ତୁଳନାରେ ୧୭.୫% ଅଧିକ। ଏ ପର୍ଯ୍ୟନ୍ତର ଡିସେମ୍ବର ମାସର ମାଲ୍‌ ବୋଝେଇରେ ଏହା ଏକ ରେକର୍ଡ ବୋଲି ରେଳବାଇ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କହାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷର ଡିସେମ୍ବର ଅର୍ଥାତ୍ ୩ଟି କ୍ବାର୍ଟର୍‌ ଶେଷ ସୁଦ୍ଧା ଏହି ମଣ୍ଡଳ ୧୧.୯୨ ମାଟ୍ରିକ ଟନ୍ ମାଲ୍ ବୋଝେଇ କରି ବିଭିନ୍ନ ସ୍ଥାନକୁ ପଠାଇଛି ଯାହା ପୂର୍ବ ବର୍ଷର ସେହି ସମୟ ତୁଳନାରେ ୩୩% ଅଧିକ। ଗତ ଆର୍ଥିକ ବର୍ଷରେ ୨୦୨୧ ଡିସେମ୍ବର ସୁଦ୍ଧା ଏହି ମଣ୍ଡଳରେ ୮.୯୫ ମାଟ୍ରିକ୍ ଟନ୍ ମାଲ୍ ବୋଝେଇ ହୋଇଥିଲା। ଏହାଛଡ଼ା ସମ୍ବଲପୁର ମଣ୍ଡଳ ଡିସେମ୍ବର ମାସରେ ମୋଟ ୫୪୮୬ଟି ମାଲ୍‌ବାହୀ ଗାଡ଼ି ଅଦଳବଦଳ କରିଥିଲା। ଦୈନିକ ହାରାହାରି ୧୭୭ ହାରରେ ଗାଡ଼ି ଅଦଳବଦଳ ହୋଇଥିଲା ଯାହା ଗତ ବର୍ଷ ତୁଳନାରେ ୯% ଅଧିକ ଓ ଡିସେମ୍ବର ମାସର ଏକ ରେକର୍ଡ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର