ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ପୁଲିସର ଏନକାଉଣ୍ଟର: ଉଭୟେ ଆଇଜିଏଚରେ ଭର୍ତ୍ତି

ରାଉରକେଲା: ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ପୁଲିସ ଏନକାଉଣ୍ଟର କରିଥିବାର ଖବର ମିଳିଛି। ଏହି ଏନକାଉଣ୍ଟର ହୋଇଛି ଭୋର ୪ଟା ୪୦ରେ। ଦୁଇ ହତ୍ୟା ଅଭିଯୁକ୍ତ ହେଲେ ମୁସ୍ତାକ୍ ଆଲମ୍ ଓ ମହମ୍ମଦ ଗୁଡୁ। ମୁସ୍ତାକ୍ ଆଲମ୍ ହେଉଛି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଖବର ପାଇ ପୁଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଧରିବା ପାଇଁ ବିଶ୍ରା ମଣ୍ଡପ ଛକରେ ପହଞ୍ଚିଥିଲା। ପୁଲିସକୁ ଦେଖି ମୁସ୍ତାକ ପୁଲିସ ଉପରକୁ ପ୍ରଥମେ ଫାୟାରିଂ କରିଥିଲା।

ପୁଲିସର ଏନକାଉଣ୍ଟରରେ ଦୁଇ ଅପରାଧୀ ମୁସତାକ ଆଲମ ଓ ଗୁଡୁଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଘଟଣାସ୍ଥଳରୁ ପୁଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲା। ପରେ ଉଭୟଙ୍କୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।

ମୁସ୍ତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡରେ ହୋଇଥିବା ବେଳେ ଗୁଡୁର ଘର ମାଲଗୋଦାମ ଅଞ୍ଚଳରେ। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତନାଘନା କରୁଛି ପ୍ଲାଣ୍ଟସାଇଟ୍ ପୁଲିସ।

ସମ୍ବନ୍ଧିତ ଖବର