‘ଡ୍ରଗ୍‌ କ୍ରୁଜ୍‌ ମାମଲା’ରେ ‘ଏନ୍‌ବିସି’ର ସାକ୍ଷୀଙ୍କ ନାଁରେ ‘ଲୁକ୍‌ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କଲା ପୁଣେ ପୁଲିସ

ପୁଣେ: କ୍ରୁଜ୍‌ ସିପ୍‌ ଡ୍ରଗ୍‌ ଜବତ ମାମଲାରେ ‘ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ର (ଏନ୍‌ସିବି) ଅନ୍ୟତମ ସ୍ୱାଧୀନ ସାକ୍ଷୀ କେପି ଗୋସାବୀଙ୍କ ନାମରେ ୨୦୧୮ରେ ପଞ୍ଜିକୃତ ହୋଇଥିବା ଠକେଇ ମାମଲାରେ ‘ଲୁକ୍‌ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଥିବା କଥା ବୁଧବାର ଦିନ ଜଣେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ କହିଛନ୍ତି।

‘ଲୁକ୍‌ ସର୍କ୍ୟୁଲାର୍‌’ ଜଣେ ବ୍ୟକ୍ତିଙ୍କୁ ଦେଶ ଛାଡ଼ି ଚାଲିଯିବାରୁ ନିବୃତ୍ତ କରେ। ସାକ୍ଷୀଙ୍କ ବିରୋଧରେ ଜାରି ‘ଲୁକ୍‌ ସର୍କ୍ୟୁଲାର୍‌’ ସଂକ୍ରାନ୍ତରେ ପୁଣେ ପୁଲିସ କମିସନର୍‌ ଅମିତାଭ ଗୁପ୍ତା କହିଛନ୍ତି, ଆମେ କେପି ଗୋସାବୀଙ୍କ ନାମରେ ‘ଲୁକ୍‌ ସର୍କ୍ୟୁଲାର୍‌’ ଜାରି କରିଛୁ। ତାଙ୍କ ନାମରେ ୨୦୧୮ରେ ଫାସରଖାନା ଥାନାରେ ଠକେଇ ମାମଲା ପଞ୍ଜିକୃତ ହୋଇଥିଲା। ସେ ଫେରାର୍‌ ଥିଲେ।

Image Courtesy of Maharastra Times

‘କ୍ରୁଜ୍‌ ସିପ୍‌’ ଚଢ଼ାଉ ଏବଂ ସେଥିରୁ ଜବତ ହୋଇଥିବା ଡ୍ରଗ୍‌ ସଂକ୍ରାନ୍ତରେ ଥିବା ୯ଜଣ ସ୍ୱାଧୀନ ସାକ୍ଷୀଙ୍କ ମଧ୍ୟରୁ ଗୋସାବୀ ଅନ୍ୟତମ। ପୁଲସି କହିବା ଅନୁସାରେ, ମାଲେସିୟାରେ ଚାକିରି କରାଇଦେବା ଆଳରେ ଗୋସାବୀ ପୁଣେର ଜଣେ ବ୍ୟକ୍ତିଙ୍କୁ ଠକିଥିବା ଅଭିଯୋଗରେ ବୁକ୍‌ ହୋଇଥିଲେ। ଚିନ୍ମୟ ଦେଶମୁଖ ନାମକ ଉକ୍ତ ବ୍ୟକ୍ତିଙ୍କ ଠାରୁ ଗୋସାବୀ ୩.୦୯ ଲକ୍ଷ ଟଙ୍କା ଠକିନେଇ ଥିଲେ। ଦେଶମୁଖ ହିଁ ତାଙ୍କ ନାମରେ ଅଭିଯୋଗ ଦାଏର କରିଥିଲେ। ସେଥିରେ ସେ ଲେଖିଥିଲେ, ମାଲେସିୟା ହୋଟେଲ୍‌ ଶିଳ୍ପରେ କିଛି ଚାକିରି ଖାଲି ଥିବା ବିଜ୍ଞାପନ ଦେଖିବା ପରେ ସେ ଗୋସାବୀଙ୍କ ସହ ଯୋଗାଯୋଗ କରିଥିଲେ।

ପରେ ତାଙ୍କୁ ମାଲେସିୟାରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଗୋସାବୀ କିସ୍ତିଓ୍ଵାରି ତାଙ୍କ ଠାରୁ ଟ.୩.୦୯ ଲକ୍ଷ ନେଇଥିଲେ। କିନ୍ତୁ, ସେ ତାଙ୍କୁ ଚାକିରି ଦେଲେ ନାହିଁ କି, ନେଇ ଥିବା ଅର୍ଥ ମଧ୍ୟ ଫେରାଇଲେ ନାହିଁ ବୋଲି ଫାରସଖାନା ଥାନାର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର