ପୌର ସଂସ୍ଥା ପାଇଁ ମିଳିଲା ୧୮,୬୫୭ କୋଟି

ଭୁବନେଶ୍ବର : କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ପୌର ସଂସ୍ଥା ପାଇଁ ୧ ଲକ୍ଷ ୬୯୧ କୋଟି ଟଙ୍କାର ଅନୁଦାନ ରାଶି ଜାରି କରିଛନ୍ତି। ତିନିଟି ରାଜ୍ୟରୁ ଏହି ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ବାବଦରେ ୧୮,୬୫୬.୯୨ କୋଟି ଟଙ୍କା ମିଳିଛି। ଆନ୍ଧ୍ର ପ୍ରଦେଶକୁ ୪୩,୦୮୯ କୋଟି ଟଙ୍କା ଦିଆଯାଇଥିବା ବେଳେ ତେଲେଙ୍ଗାନାକୁ ୩୮,୯୩୫ କୋଟି ଟଙ୍କା ଦିଆଯାଇଛି। ଚର୍ତୁଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ଏହି ଟଙ୍କା ଦିଆଯାଇଛି। ଏହି ମୌଳିକ ଅନୁଦାନ ରାଶିକୁ ରାଜ୍ୟଗୁଡ଼ିକ ଖାତାରେ ଜମା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ନାଗପୁରକୁ କୁହାଯାଇଛି। ରାଜ୍ୟ ଅର୍ଥ କମିସନଙ୍କ ସଦ୍ୟତମ ରିପୋର୍ଟରେ ମଞ୍ଜୁର ହୋଇଥିବା ଫର୍ମୁଲା ଆଧାରରେ ଅନୁଦାନ ରାଶିକୁ ବଣ୍ଟନ କରିବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି। ଯେଉଁ ଠାରେ ଏସ୍‌ଏଫ୍‌ସି ଫର୍ମୁଲା ନାହିଁ ସେଠାରେ ୨୦୧୧ ଜନସଂଖ୍ୟାକୁ ଆଧାର କରି ଅନୁଦାନ ରାଶି ବଣ୍ଟନ କରାଯାଇପାରିବ ବୋଲି ରାଜ୍ୟଗୁଡ଼ିକୁ କୁହାଯାଇଛି। କେନ୍ଦ୍ରୀୟ ଅନୁଦାନ ରାଶି ମିଳିବାର ୧୫ ଦିନରେ ଭିତରେ ରାଜ୍ୟଗୁଡ଼ିକ ସେହି ରାଶିକୁ ହସ୍ତାନ୍ତର କରିବେ।

ସମ୍ବନ୍ଧିତ ଖବର