ବୃଦ୍ଧଙ୍କ ଠାରୁ ୫୦ ହଜାର ଲୁଟ୍‌

ରାଉରକେଲା : ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲାବେଳେ ଲୁଟ୍‌। ଏମିତି ଲୁଟ୍‌ର ଶିକାର ହୋଇଛନ୍ତି ବନ୍ଧମୁଣ୍ଡାର ବୃଦ୍ଧ ଏତୁଆ ଓରାମ (୮୦)। ତାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ସାଢ଼େ ୧୨ଟାରେ ଏତୁଆ ବନ୍ଧମୁଣ୍ଡା ସି ସେକ୍ଟର ପଞ୍ଜାବ ନେସ୍‌ନାଲ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଡୁର୍ମେତ୍ତା ସିନେମାଟୋଲି ନିକଟରେ ଦୁଇ ଲୁଟେରା ବାଇକ୍ ଆସି ଏତୁଆଙ୍କୁ ଅଟକାଇଥିଲେ। ଧମକଚମକ ଦେଇ ତାଙ୍କ ଠାରୁ ୫୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଧରି ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର