ଗାଡ଼ି ଘରୁ ନବାରିଲେ ବି କଟୁଛି ଚାଲାଣ, ୭ ହଜାର ଜରିମାନା ଦେଖି ମାଲିକ ଛାନିଆ

ଜୟପୁର: ଘର ସମ୍ମୁଖରେ କାର୍ ରହିଛି। ୧୦ ଦିନ ହେଲାଣି ଘରୁ କାରକୁ ‌କେହିବି ନେଇ ନାହାନ୍ତି। ହଠାତ୍ ଗାଡ଼ି ମାଲିକ ମୋବାଇଲକୁ ମେସେଜ୍ ଆସୁଛି ୭ ହଜାର ଟଙ୍କା ଜରିମାନା ପୈଠ କରିବାକୁ। ୧୫ ଦିନ ଭିତରେ ଟଙ୍କା ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଗାଡ଼ି ମାଲିକ ଚିନ୍ତାରେ ପଡିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରର ମହାନ୍ତି ସାହି ସ୍ଥିତ ତୁଷାରକାନ୍ତ ପାଢ଼ୀଙ୍କ ମୋବାଇଲକୁ ଏଭଳ ମେସେଜ୍ ଆସିଛି। ବିନା ଲାଇସେନ୍ସରେ ଓ ଦ୍ରୁତ ଗତିରେ ଗାଡି ଚଳାଉଥିବା ନେଇ ଜରିମାନା ପୈଠ କରିବାକୁ ପଡିବ ‌ବୋଲି ମେସେଜ୍ ଆସିଥିବା ତୁଷାର କହିଛନ୍ତି।

ତୁଷାରଙ୍କ କହିବାନୁଯାୟୀ, ଗତ ୨୭ ତାରିଖ ପରଠାରୁ ସେ ନିଜର କାର(ଓଡି ୧୦ ଏଲ୍ ୧୧୧୯)କୁ ବାହାରକୁ ନେଇ ନାହାନ୍ତି। ତାଙ୍କର କାର୍ ଚଲାଇବା ଭଳି ଘରେ ମଧ୍ୟ କେହି ନାହାନ୍ତି। ହଠାତ୍ ଆଜି ୧୨ଟା ୪୫ ମିନିଟରେ ତାଙ୍କର ମୋବାଇଲକୁ ଏକ ମେସେଜ୍ ଆସିଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ଯେ ତାଙ୍କର କାର ନମ୍ବରରେ ଏକ ଚାଲାଣ୍ (ଓଆର୍ ୨୮୨୭୩୨୧୦୮୦୭୧୧୧୧୫୪) କଟାଯାଇଛି। ଚାଲାଣର ସମୁଦାୟ ମୂଲ୍ୟ ୭ ହଜାର ଟଙ୍କା ରହିଛି। ନବରଙ୍ଗପୁର ଆରଟିଓ କାର୍ଯ୍ୟାଳୟରୁ ଏହି ମେସେଜ୍ ଆସିଥିବା ବେଳେ ସବିଶେଷ ତଥ୍ୟ ଜାଣିବା ପାଇଁ ଏକ ଲିଙ୍କ୍ ମଧ୍ୟ ଆସିଥିଲା। ତୁଷାର ବାହାନ ଆପ୍ ଜରିଆରେ ତାହାକୁ ଯାଞ୍ଚ କରିଥ‌ିଲେ ସେଥିରେ ଜଣାପଡିଥିଲା

ଆଜି ୧୧ଟା ୧୧ ମିନିଟରେ ଏହି ଚାଲାଣ କଟାଯାଇଛି। ଏ‌ନେଇ ସେ ନିଜର ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ ସେ ‌ଏନେଇ ବୁଝିବା ପରେ ଜଣାପଡିଲା ଯେ, ତୁଷାରଙ୍କ କାର ଚାଳକ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲାଉଥିଲେ ଯେଉଥି ପାଇଁ ୫ ହଜାର ଟଙ୍କା ଜରିମାନା ଓ ଦ୍ରୁତ ଗତିରେ ଗାଡି ଚଳାଥିବାରୁ ସେଥି ପାଇଁ ୨ ହଜାର ଟଙ୍କା ମୋଟ ୭ ହଜାର ଟଙ୍କା ଜରିମାନ‌ା ହୋଇଥିଲା। ଏଥିସହ ଗାଡିଟି ଅଗଷ୍ଟ ୭ ତାରିଖ ଦିନ ପୂର୍ବାହ୍ନ ୧୦ଟା ୪୭ ମିନିଟରେ ଅଧିକା ସ୍ପିଡରେ ଯାଉଥିବା ନେଇ ଏହି ଚାଲାଣ କଟାଯାଇଛି। ତୁଷାରଙ୍କ ସମେତ ପରିବାରବର୍ଗ ଚିନ୍ତିତ ହୋଇପଡିଥିଲେ ଗାଡି ଘରୁ ବାହାରକୁ ନଯାଇ ଚାଲାଣ କଟୁଛି କେମିତି। କିନ୍ତୁ ଆଜି ସନ୍ଧ୍ୟାରେ ଆରଟିଓ କାର୍ଯ୍ୟାଳୟକୁ କେହି ଜଣେ ବ୍ୟ‌କ୍ତି ଫୋନ୍ କରି ତୁଷାରଙ୍କୁ ଜଣାଇଥିଲେ ଯେ, ଆପଣଙ୍କ ଭୁଲରେ ଚାଲାଣ କଟାଯାଇଛି, ଗାଡିର ଲାଷ୍ଟ ନମ୍ବର ଭୁଲ ଥିବା ଯୋଗୁଁ ଏଭଳି ହୋଇଥିବା ନେଇ କହିଥିଲେ। ତୁଷାର ଜରିମାନା ଟଙ୍କା ନ ବାନ୍ଧିଥିଲେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଯାଇଥାନ୍ତା, ଏଭଳି ମେସେଜ୍ ଲୋକଙ୍କୁ ଛାଡିବା ପୂର୍ବରୁ କର୍ମଚାରୀମାନ‌େ ଧ୍ୟାନ ସହ ସଠିକ୍ ଭାବେ ଯାଞ୍ଚ କରି ମେସେଜ୍ ପଠାଇବାକୁ ତୁଷାର କହିଛନ୍ତି।

ସମ୍ବନ୍ଧିତ ଖବର